ପଦ୍ମଶ୍ରୀ ଶ୍ରୀମତୀ କମଳା ପୂଜାରୀଙ୍କ ପରଲୋକ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦୀ । ସେ ନିଜ ସୋସିଆଲ ମିଡ଼ିଆରେ ଟୁଇଟ୍ କରି ଲେଖିଛନ୍ତି ଶ୍ରୀମତୀ କମଳା ପୂଜାରୀଙ୍କ ପରଲୋକ ଖବର ଶୁଣି ମୁଁ ମର୍ମାହତ। ଶ୍ରୀମତୀ କମଳା ଦେବୀ କୃଷି କ୍ଷେତ୍ର, ବିଶେଷ କରି ଜୈବିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଏବଂ ସ୍ୱଦେଶୀ ବିହନ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲା। ଦୀର୍ଘସ୍ଥାୟୀ ବିକାଶ ଓ ଜୈବ ବିବିଧତାର ସୁରକ୍ଷା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ଜନଜାତି ସମ୍ପ୍ରଦାୟର ସଶକ୍ତୀକରଣ କ୍ଷେତ୍ରରେ ସେ ଜଣେ ଆଲୋକବର୍ତ୍ତିକା ସଦୃଶ ଥିଲେ। ତାଙ୍କ ପରିବାର ଓ ଅନୁଗାମୀଙ୍କ ପ୍ରତି ସମବେଦନା ଜଣାଉଛି । ଓଁ ଶାନ୍ତି ।

Leave a Reply

Your email address will not be published. Required fields are marked *