ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୮ତମ ସ୍ୱାଧୀନତା ଦିବସରେ ଅବସରରେ ପତାକା ଉତ୍ତୋଳନ କରିବା ପରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏକାଦଶ ସ୍ୱାଧୀନତା ଦିବସର ଅଭିଭାଷଣ। ସ୍ବାଧୀନତା ସଂଗ୍ରାମୀଙ୍କ ନିକଟରେ ଦେଶବାସୀ ଋଣୀ। ଦେଶ ଗଠନରେ ଯବାନ ଓ ଚାଷୀଙ୍କ ଭୂମିକା ପ୍ରଶଂସନୀୟ ବୋଲି ଅଭିଭାଷଣରେ କହିଛନ୍ତି।

ଦେଶ ପରାଧୀନ ବିରୋଧରେ ଲମ୍ବା ଲଢ଼େଇ କରିଥିଲା। ଆମର ପୂର୍ବଜମାନେ ପରାଧୀନତାରୁ ମୁକ୍ତି ଦେଇଥିଲେ। ୧୪୦ କୋଟି ଜନତା ବିକଶିତ ଭାରତ କରିପାରିବେ। ବିକଶିତ ଭାରତ ୨୦୪୭ କେବଳ ଭାଷଣ ନୁହେଁ। ଏଥିପାଇଁ ଆମକୁ ଅନେକ ପରାମର୍ଶ ମିଳିଛି, ଦେଶବାସୀଙ୍କ ସ୍ବପ୍ନ ଏଥିରେ ପ୍ରତିଫଳିତ ହେଉଛି।

ଭୋକାଲ ଫର ଲୋକାଲ, ଅର୍ଥତନ୍ତ୍ରର ନୂ୍ଆ ମନ୍ତ୍ର ପାଲଟିଛି। ଗ୍ଲୋବାଲ ୱାର୍ମିଂକୁ ନେଇ ଦେଶରେ ଅନେକ କାମ ହୋଇଛି। ପୂର୍ବରୁ ଆତଙ୍କବାଦୀ ଆକ୍ରମଣ କରୁଥିଲେ, ଏବେ ସର୍ଜିକାଲ ଷ୍ଟ୍ରାଇକ୍‌ ହେଉଛି। ୧୫ କୋଟି ପରିବାରକୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯାଇଛି। ଆମେ ଦେଶବାସୀଙ୍କୁ ନୂଆ ଆତ୍ମବିଶ୍ବାସ ଦେଇଛୁ, ଆମେ ଅନେକ ସଂସ୍କାର ଆଣିଛୁ।

ରାଜନୈତିକ ଫାଇଦା ନୁହେଁ, ଆମ ପାଇଁ ଦେଶ ପ୍ରଥମ। ରାଷ୍ଟ୍ରହିତ ଭାବନାକୁ ନେଇ ଆମେ ଆଗକୁ ବଢ଼ୁଛୁ। ନୂଆ ସିଷ୍ଟମ ଉପରେ ଦେଶବାସୀଙ୍କ ଭରସା ବଢ଼ିଛି।
ଏହା ଦେଶ ପାଇଁ ସ୍ବର୍ଣ୍ଣିମ କାଳଖଣ୍ଡ କହିଲେ ମୋଦି। ଏହି ସ୍ବର୍ଣ୍ଣିମ କାଳଖଣ୍ଡକୁ ହାତଛଡ଼ା କରିବା ଉଚିତ ନୁହେଁ। ଆର୍ଥିକ କ୍ଷେତ୍ରରେ ମହିଳାମାନେ ସ୍ବାବଲମ୍ବୀ ହେଉଛନ୍ତି। SHGରେ ୧୦ କୋଟି ମହିଳା ଯୋଡ଼ି ହୋଇଛନ୍ତି। ମହିଳା ଆତ୍ମନିର୍ଭରଶୀଳ ହେବା ନୂଆ ଆର୍ଥିକ କ୍ରାନ୍ତି। ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍‌ ଆରମ୍ଭ ହୋଇଛି। ଇଜ୍‌ ଅଫ ଲିଭିଂ ସରକାରଙ୍କ ପ୍ରାଥମିକତା। ସମସ୍ତଙ୍କ ବିକାଶ ଆମର କାର୍ଯ୍ୟଶୈଳୀ। ଅନାବଶ୍ୟକ ଆଇନକୁ ଆମେ ସମାପ୍ତ କରିଛୁଆଇନର ଜଞ୍ଜାଳରୁ ନାଗରିକଙ୍କୁ ମୁକ୍ତି ଦେଇଛୁ। ପଞ୍ଚାୟତସ୍ତରରେ ପ୍ରତିବର୍ଷ ଅତିକମରେ ୨ଟି ସଂସ୍କାର ହେଉ।

ପଞ୍ଚାୟତ ସ୍ତରରେ ୨ଟି ସଂସ୍କାର ହେଲେ ଜୀବନଶୈଳୀରେ ପରିବର୍ତ୍ତନ ହେବ। ଲଗାତର ତୃତୀୟ ଥର ପାଇଁ ସେବା କରିବାର ସୁଯୋଗ ମିଳିଛି। ଆପଣଙ୍କ ସେବା ହିଁ ମୋର ପ୍ରାଥମିକତା। ଜନତାଙ୍କ ସେବା ଆମର ପ୍ରଥମ ସଂକଳ୍ପ। ଜନତାଙ୍କ ସେବାରୁ ବିକଶିତ ଭାରତ ସମ୍ଭବ। ନୂଆ ଶିକ୍ଷାନୀତି ଜରିଆରେ ଆମକୁ ନୂଆ ବଳ ମିଳିଛି। ମୁଁ ଚାହୁଁଛି, ଯୁବକମାନେ ଶିକ୍ଷା ପାଇଁ ବିଦେଶ ନଯାଆନ୍ତୁ। ନୂଆ ଶିକ୍ଷାନୀତିରେ ମାତୃଭାଷାକୁ ଗୁରୁତ୍ବ ଦିଆଯାଇଛି।

ସେହିଭଳି ଭାରତରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ଆମର ଲକ୍ଷ୍ୟ। ଭାରତ ଜି-୨୦ର ଆୟୋଜନ ସଫଳତାର ସହ କରିଛି। ଜି-୨୦ରେ ୨୦୦ରୁ ଅଧିକ ଇଭେଣ୍ଟ ଆୟୋଜିତ ହୋଇଛି। ଏଥିରୁ ପ୍ରମାଣିତ ଯେକୌଣସି ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାରତରେ ହୋଇପାରିବ। ତେଣୁ ୨୦୩୬ ଅଲିମ୍ପିକ୍ସ ଭରତରେ ଆୟୋଜନ ନେଇ ଲକ୍ଷ୍ୟ ରଖିଛୁ।

Leave a Reply

Your email address will not be published. Required fields are marked *