ପୁଣି ଖସିଲା ସୁନା, ରୁପା ଦର । ଗତକାଲି ବଢ଼ିଥିବା ବେଳେ ଆଜି ପୁଣି ସୁନା, ରୁପା ଦର କମିଛି । ୨୪ କ୍ୟାରେଟ୍ ସୁନା ଦର ୫ ହଜାର ୨୦ ଟଙ୍କା ହ୍ରାସ ପାଇଛି । ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ଏବେ ୧ ଲକ୍ଷ ୫୪ ହଜାର ୪୨୦ ଟଙ୍କାକୁ ହ୍ରାସ ପାଇଛି ।ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୪ ହଜାର ୬ ଶହ ଟଙ୍କା କମିଛି । ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ଦର ୧ ଲକ୍ଷ ୪୧ ହଜାର ୫୫୦ ଟଙ୍କାକୁ ହ୍ରାସ ପାଇଛି । ସୁନା ସହିତ ରୂପାର ଦର ମଧ୍ୟ କମିଛି । କିଲୋଗ୍ରାମ ପିଛା ରୂପାର ଦର ୨୦ ହଜାର ଟଙ୍କା ହ୍ରାସ ପାଇଛି । ଏବେ ରୂପାର ଦର କିଲୋଗ୍ରାମ ପିଛା ୩ ଲକ୍ଷ ଟଙ୍କା ହୋଇଛି ।ସୁନା ଏବଂ ରୂପାର ଦର ହ୍ରାସ ପାଇବାର କାରଣ ବିଶ୍ୱ ବଜାରରେ ଦର ହ୍ରାସ ପାଇବା ସହ ଜଡ଼ିତ ବୋଲି କୁହାଯାଉଛି । Post navigation Chennai Central Express Derails: ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ; କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା Mahanadi Water Dispute: ଲୋକସଭାରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ