ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୮ ତମ ‘ପ୍ରବାସୀ ଭାରତୀୟ ଦିବସ’ରେ ଯୋଗଦେବା ନିମନ୍ତେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରଠାରେ ଆସି ପହଞ୍ଚିଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁଙ୍କୁ ଭୁବନେଶ୍ୱର ବିମାନବନ୍ଦରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ହରିବାବୁ କମ୍ଭମପତି ସ୍ଵାଗତ ଜଣାଇଛନ୍ତି । ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ରାଜଭବନରେ ପହଞ୍ଚିଛି ରାଷ୍ଟ୍ରପତିଙ୍କ କାରକେଡ୍ । ରାଜଭବନ ଯାଇ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ୧୦ ତାରିଖ ଜନତା ମଇଦାନରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ । Post navigation ପୋଲିସ ମିତ୍ର ହତ୍ୟା ଘଟଣାରେ ୫ ଗିରଫ ଓଡ଼ିଶା ହେବ ଆଇଟି ହବ୍, ସୂଚନା ଦେଲେ ଅଶ୍ୱିନୀ ବୈଷ୍ଣବ