ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖପ୍ରକାଶ କରି ନିଜ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଏହା ହୃଦୟ ବିଦାରକ ବିପର୍ଯ୍ୟୟ ଅଟେ।ମୋର ପ୍ରାର୍ଥନା ଓ ସମବେଦନା ପ୍ରଭାବିତଙ୍କ ପ୍ରତି ରହିଛି। ଏଭଳି ଅବର୍ଣ୍ଣନନୀୟ ଦୁଃଖଦ ମୁହୂର୍ତ୍ତରେ ପୂରା ଦେଶ ସେମାନଙ୍କ ସହ ଅଛି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଦୁଃଖପ୍ରକାଶ କରି କହିଛନ୍ତି ‘ଏହା ଆମ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ଓ ହୃଦୟ ବିଦାରକ। ସହଯୋଗ ପାଇଁ ମନ୍ତ୍ରୀ ଓ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି। ଅମିତ ଶାହ ମଧ୍ଯ ଦୁଃଖପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଉଛି ବୋଲି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀଙ୍କ ସହ କଥା ପରେ ଅହମ୍ମଦାବାଦ ଅଭିମୁଖେ ଶାହ ବାହାରିଛନ୍ତି।ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ ମଧ୍ୟ ମୋଦୀ କଥା ହେଇଛନ୍ତି ଏବଂ ତୁରନ୍ତ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ରହିଛି। ଅନ୍ୟପଟେ ଏମର୍ଜେନ୍ସି ନମ୍ବର ଜାରି କଲା ଅହମ୍ମଦାବାଦ ସିଟି ପୋଲିସ । ବିମାନ ଦୁର୍ଘଟଣା ତଥ୍ୟ ପାଇଁ ନମ୍ବର- ୦୭୯୨୫୬୨୦୩୫୯ ଜାରି କରାଯାଇଛି । ସୂଚନା ଯୋଗ୍ୟ; ଆଜି ଅହମ୍ମଦାବାଦ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡାଣ ଭରିଥିଲା ଏୟାର ଇଣ୍ଡିଆ ୧୭୧ ବିମାନ ହେଲେ ଟେକ୍-ଅଫ୍ର ମାତ୍ର ୫ ମିନିଟ୍ରେ ଘଟିଥିଲା କ୍ରାସ୍ । ବିମାନରେ ୨୩୦ ଜଣ ଯାତ୍ରୀଙ୍କ ସହ ୧୨ ଜଣ କ୍ରିଉ ମେମ୍ବର ଥିଲେ । ସେମାନଙ୍କ ମଧ୍ୟରୁ ୧୬୯ ଭାରତୀୟ ହୋଇଥିବା ବେଳେ ୫୩ ଜଣ ବ୍ରିଟିଶ, ୭ ପର୍ତ୍ତୁଗୀଜ୍, ଜଣେ କାନାଡୀୟ ନାଗରିକ ଥିବା ସ୍ପଷ୍ଟ କରିଛି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ । Post navigation ଅହମ୍ମଦାବାଦରେ ବିମାନ ଦୁର୍ଘଟଣା; ୪୦ ମୃତ ହଷ୍ଟେଲ ଉପରେ ବିମାନ କ୍ରାସ୍ ଯୋଗୁଁ ୫ ଡାକ୍ତରୀ ଛାତ୍ର ମୃତ