ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ପୂରିଗସ୍ତ କରିଥିବାବେଳେ ଆଜି ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିବା ସହ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ଥିବାରୁ ସକାଳ ୬ଟାରୁ ଦିନ ୧୦ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଶ୍ରୀଜିଉଙ୍କ ଦର୍ଶନ କରି ଫେରିବା ପରେ ୨୨ ପାହାଚରେ ବସିଥିଲେ ରାଷ୍ଟ୍ରପତି । ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ରାଷ୍ଟ୍ରପତିଙ୍କୁ ଉପହାର ଦିଆଯାଇଥିଲା । ପୁରୀ ଆସିବା ପୂର୍ବରୁ ରାଷ୍ଟ୍ରପତି ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ପିଣ୍ଡଦାନ ପରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସମୟରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଥିଲା । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ସମୟରେ ଶ୍ରୀମନ୍ଦିର ଆଇନ ପରିଚାଳନା ପାଇଁ ସ୍ୱତନ୍ତ୍ର ପୋଲିସ ବାହିନୀ ନିଯୁକ୍ତ କରାଯାଇଥିଲା । Post navigation Congress Target State govt: ମୁନ୍ଦିଏ ପାଣି ଦେବାକୁ ଅସମର୍ଥ, ବିକଶିତ ଭାରତ ଗଢ଼ିବେ କେମିତି: ଭକ୍ତ DRDO Successfully Tests SFDR: ଚାନ୍ଦିପୁରରୁ SFDR ଟେକ୍ନୋଲୋଜିର ସଫଳ ପରୀକ୍ଷଣ କଲା ଡିଆରଡିଓ