President Droupadi Murmu addresses the nation on the eve of Independence Day
୭୯ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।
 
ଦେଶବାସୀଙ୍କୁ ରାଷ୍ଟ୍ରପତି ମୁର୍ମୁ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, “ଆମ ପାଇଁ, ଆମର ସମ୍ବିଧାନ ଏବଂ ଆମର ଗଣତନ୍ତ୍ର ସର୍ବୋପରି । ଆମର ସମ୍ବିଧାନ ଚାରୋଟି ମୂଲ୍ୟବୋଧର ଉଲ୍ଲେଖ କରିଛି ଯାହା ଆମର ଗଣତନ୍ତ୍ରକୁ ସୁଦୃଢ଼ ରଖୁଥିବା ଚାରିଟି ସ୍ତମ୍ଭ । ଏଗୁଡ଼ିକ ହେଉଛି ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ। ଏଗୁଡ଼ିକ ହେଉଛି ଆମର ସଭ୍ୟତାର ନୀତି ଯାହାକୁ ଆମେ ସ୍ୱାଧୀନତା ସଂଗ୍ରାମ ସମୟରେ ପୁନର୍ଜୀବିତ କରିଛୁ ।”
 
ଆଜି ଆମେ ବିଭାଜନ ବିଭୀଷିକାର ସ୍ମୃତି ଦିବସ ପାଳନ କରିଛୁ । ବିଭାଜନରେ ଲକ୍ଷ ଲକ୍ଷ ଲୋକ ଦେଶାନ୍ତର କରିବାକୁ ବାଧ୍ୟ ହୋଇଥିଲେ । ଆଜି ଆମେ ଇତିହାସର ଏହି ଭୁଲର ଶିକାର ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ ବୋଲି ରାଷ୍ଟ୍ରପତି କହିଛନ୍ତି ।
 
୨୦୪୭ ସୁଦ୍ଧା ଭାରତ ବିଶ୍ୱର AI ହବ୍‌ ହେବାକୁ ଯାଉଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

By Nirvay

Leave a Reply

Your email address will not be published. Required fields are marked *