ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଭୁବନେଶ୍ବର ସ୍ଥିତ ଐତିହାସିକ ଖଣ୍ଡଗିରିରେ ଓ ଉଦୟଗିରି କୀର୍ତ୍ତିରାଜି ପାହାଡ଼ ପରିଦର୍ଶନ କରିଛନ୍ତି। ଉଦୟଗିରି ପାହାଡ଼ର ରାଣୀ ଗୁମ୍ଫା, ହାତୀ ଗୁମ୍ଫା, ଜମ୍ବେଶ୍ଵର ଗୁମ୍ଫା, ସର୍ପ ଗୁମ୍ଫା ଆଦି ବୁଲି ଦେଖିଛନ୍ତି। ଏହା ସହ ମହାମେଘବାହାନ ଐର ଖାରବେଳଙ୍କ ସମୟର ଗୁମ୍ଫାଗୁଡ଼ିକରେ ହୋଇଥିବା ଖୋଦେଇ କାରୁକାର୍ଯ୍ୟକୁ ମଧ୍ୟ ଦେଖିଛନ୍ତି। ଐତିହାସିକ ଉଦୟଗିରି ପାହାଡ଼ ବୁଲି ନିଜର ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଏହାପରେ ପରେ ଉଦୟଗିରି ଗୁମ୍ଫା ସମ୍ମୁଖରେ ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ମହାମହିମ । ପିଲା ମାନଙ୍କୁ ଭବିଷ୍ୟତ ପାଇଁ ବିଭିନ୍ନ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ଛାତ୍ରଛାତ୍ରୀ ମାନେ ଆଙ୍କିଥିବା ଫଟୋ ଚିତ୍ର ଉପହାର ଭାବେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି ।