କେରଳ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେରଳରେ ରାଷ୍ଟ୍ରପତିଙ୍କ ଚପର୍ ଲ୍ୟାଣ୍ଡିଂ ବେଳେ ଅଘଟଣ ହୋଇଛି। ଅବତରଣ କରିବା ପରେ ଅସ୍ଥାୟୀ ହେଲିପ୍ୟାଡରେ ଫସିଗଲା ହେଲିକପ୍ଟର। ପ୍ରମାଦମରେ ନବ ନିର୍ମିତ କଂକ୍ରିଟ୍ ହେଲିପ୍ୟାଡ୍ ଧସିବା ଫଳରେ ଲ୍ୟାଣ୍ଡିଂ ବେଳେ ହେଲିପ୍ୟାଡ୍‌ରେ ଫସିଯାଇଥିଲା ଚପର୍‌ ଚକ । ଏହା ପରେ କଂକ୍ରିଟ୍ ଭିତରୁ ଚପର୍‌କୁ ବାହାର କଲେ ପୋଲିସ ଓ ଅଗ୍ନିଶମ ଟିମ୍ । ତେବେ ରାଷ୍ଟ୍ରପତିଙ୍କ ଗସ୍ତରେ କୌଣସି ପ୍ରଭାବ ପଡ଼ି ନାହିଁ । ରାଷ୍ଟ୍ରପତି ମୁର୍ମୁ ଅବିଳମ୍ବେ ସେଠାରୁ କାରରେ ଯୋଗେ ମନ୍ଦିର ଯାଇଥିଲେ ।

ସୂଚନା ଯୋଗ୍ୟ; ରାଷ୍ଟ୍ରପତି ମୁର୍ମୁ ୪ ଦିନିଆ କେରଳ ଗସ୍ତରେ ଅଛନ୍ତି । ଆଜି ସକାଳେ ରାଷ୍ଟ୍ରପତି ସାବରୀମାଳା ଆୟାପ୍ପା ମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ଥିଲା । ଆଜି ସକାଳେ କେରଳର ପଥନାମଥିଟ୍ଟା ନିକଟସ୍ଥ ପ୍ରମଦମରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ଚପ୍ପର୍ ଫସିଯାଇଛି । ରାଷ୍ଟ୍ରପତି ଏହା ପୂର୍ବରୁ ହେଲକପ୍ଟରରୁ ଓହ୍ଲାଇ ଯାଇଥିଲେ ।

ପ୍ରଥମେ ରାଷ୍ଟ୍ରପତି ନିଲକାଲରେ ଅବତରଣ କରିବେ ବୋଲି କାର୍ଯ୍ୟକ୍ରମ ଥିଲା । ମାତ୍ର ଖରାପ ପାଣିପାଗ ଯୋଗୁଁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା । ପ୍ରମଦମ ଇଣ୍ଡୋର୍ ଷ୍ଟାଡିୟମରେ ରାଷ୍ଟ୍ରପତି ପହଁଚିବାର ମାତ୍ର କେଇ ଘଣ୍ଟା ପୂର୍ବରୁ କଂକ୍ରିଟ୍ ହେଲିପ୍ୟାଡ୍ ନିର୍ମାଣ କରାଯାଇଥିଲା। କଂକ୍ରିଟ୍ ଭଲଭାବେ ଶୁଖିନଥିବାରୁ ଚପ୍ପର୍ ଚକ୍କା ସେଥିରେ ଅଟକି ଯାଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *