ଆଜି ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ପୂର୍ବହ୍ଣ ୧୧ଟାରେ ପହଞ୍ଚି ମହାମହିମ ପ୍ରଥମେ ପବିତ୍ର ସ୍ନାନ କରିଛନ୍ତି । ପରେ ପ୍ରୟାଗରାଜରେ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି । ଏହା ପୂର୍ବରୁ ରାଷ୍ଟ୍ରପତି ଶହ ଶହ ସଂଖ୍ୟାରେ ବିଦେଶାଗତ ପକ୍ଷୀ ମାନଙ୍କୁ ଖାଦ୍ୟ ଖୁଆଇଥିଲେ। ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲ। ପ୍ରୟାଗରାଜରେ ରାଷ୍ଟ୍ରପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରହିବା କାର୍ଯ୍ୟକ୍ରମ ରହିଛି । ଏହାପରେ ପ୍ରୟାଗରାଜରେ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ୮ ଘଣ୍ଟାର କାର୍ଯ୍ୟକ୍ରମ ରହିଛି । ସେ ଅକ୍ଷୟବଟ ଏବଂ ବଡ଼ ହନୁମାନ ମନ୍ଦିର ଯାଇ ସେଠା ପୂଜାର୍ଚ୍ଚନା କରିଚନ୍ତି । ଏହାପରେ ରାଷ୍ଟ୍ରପତି ସନ୍ଧ୍ୟା ୫ଟା ୪୫ରେ ପ୍ରୟାଗରାଜରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଅନ୍ୟପଟେ ରାଷ୍ଟ୍ରପତି ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କୁମ୍ଭମେଳାରେ ଏପର୍ଯ୍ୟନ୍ତ ୪୦ କୋଟିରୁ ଅଧିକ ଲୋକ ବୁଡ଼ ପକାଇସାରିଲେଣି ବୋଲି ସୂଚନା ରହିଛି । Post navigation ବାରବାଟୀ ମ୍ୟାଚବେଳେ ବିଜୁଳି ବିଭ୍ରାଟ ମାମଲା, ଓସିଏକୁ କ୍ରୀଡ଼ା ବିଭାଗର କାରଣ ଦର୍ଶାଅ ନୋଟିସ୍ ଆଜିଠୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି