ଆଜି ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ସାମାଜିକ ନ୍ୟାୟ, କଲ୍ୟାଣ ଏବଂ ସ୍ୱଚ୍ଛତା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଗରିବ ଲୋକଙ୍କୁ ସଶକ୍ତ କରିବା ହେଉଛି ସରକାରଙ୍କର ପ୍ରାଥମିକତା । ୨୫ କୋଟିରୁ ଅଧିକ ଲୋକ ଗରିବୀରୁ ଉପରକୁ ଉଠିଛନ୍ତି । ୪ କୋଟି ଲୋକଙ୍କୁ ପକ୍କା ଘର ମିଳିଛି ଏବଂ ଜିଏସଟିରେ ସଂସ୍କାର ଆଣିବା ଦ୍ୱାରା ଲକ୍ଷ ଲକ୍ଷ କୋଟି ଟଙ୍କା ସଂଚୟ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଦେଶର ଯୁବପିଢ଼ି, କୃଷକ, ଶ୍ରମିକ ଏବଂ ଉଦ୍ୟୋଗୀମାନେ ଏକ ବିକଶିତ ଭାରତ ଗଠନରେ ସେମାନଙ୍କର ଭୂମିକା ଗ୍ରହଣ କରୁଥିବା ଦେଖି ସେ ସନ୍ତୋଷ ଅନୁଭବ କରୁଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଗ୍ରାମାଞ୍ଚଳରେ ନିଯୁକ୍ତି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ “ଡେଭଲପ୍ ଇଣ୍ଡିଆ ଜି-ରାମ ଜି” ଆଇନ ପ୍ରଣୟନ କରାଯାଇଛି ଯାହା ୧୨୫ ଦିନର ଗ୍ରାମାଞ୍ଚଳ ନିଯୁକ୍ତିର ଗ୍ୟାରେଣ୍ଟି ଦେଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଶା ରଖିଛନ୍ତି । ସେ ଆହୁରି କହିଛନ୍ତି ଯେ ଦେଶରେ ମହିଳାମାନଙ୍କ ବିକାଶ ହୋଇଛି । ଆଜି ଦେଶ ମହିଳାଙ୍କ ନେତୃତ୍ୱରେ ବିକାଶର ମନ୍ତ୍ର ସହ ଆଗେଇ ଚାଲିଛି । ୧୦ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ହେବାସହିତ “ଲକ୍ଷପତି ଦିଦି” ଙ୍କ ସଂଖ୍ୟା ୨ କୋଟିରୁ ଅଧିକ ହୋଇଛି । ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ମହିଳାମାନେ ବାଣିଜ୍ୟ ଓ ଉଦ୍ୟୋଗ କ୍ଷେତ୍ରରେ ଆଗେଇ ଚାଲିଛନ୍ତି । Post navigation Maharashtra Declares Three-Day Mourning: ଅଜିତ ପାୱାରଙ୍କ ବିୟୋଗ; ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା Equal Opportunity for Transgenders: ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ପାଇଁ OHRC ଙ୍କ ସୁପାରିସ୍