ଜନ୍ମମାଟିରେ ଆସି ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି । ପହଞ୍ଚିବା ପରେ ପାରମ୍ପରିକ ନୃତ୍ୟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତି ହେବା ପରେ ଏହା ମୟୂରଭଞ୍ଜ ଜିଲ୍ଲାକୁ ଚତୁର୍ଥ ଥର ପାଇଁ ଆସୁଥିବା ବେଳେ ପ୍ରଥମ ଥର ନିଜ ଜନ୍ମମାଟି କୁସୁମୀ ବ୍ଲକ ଅନ୍ତର୍ଗତ “ଉପରବେଡା” ଗ୍ରାମକୁ ଯାଇଛନ୍ତି । ଛୋଟବେଳେ ପାଠ ପଢୁଥିବା ରାଇରଙ୍ଗପୁରର ସ୍କୁଲ ‘ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପହଞ୍ଚି ସେଠାରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣରେ ପିଲାଙ୍କୁ ମନ ଦେଇ ପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ସମାଜରେ ବଡ ହେବାକୁ ହେଲେ ନାଁକୁ ବଢାଇବାକୁ ପଡିବ । ଏବେ ପାଠପଢା ପାଇଁ ବହୁତ ସୁବିଧା ହେଲାଣି । ସହଯୋଗ ବି ମିଳୁଛି । ଏକତ୍ରିତ ହୋଇ ରହିଲେ ସବୁ ସମସ୍ୟାର ସମାଧାନ ମିଳେ । ସେ ଏହା ମଧ୍ୟ କହିଛନ୍ତି ଯେ, ପିଲା ସ୍କୁଲ ନ ଆସିଲେ ଏହାର କାରଣ ବୁଝିବାକୁ ଶିକ୍ଷକମାନେ ଯାଆନ୍ତୁ । ଏହା ସହିତ ବିଦ୍ୟାଳୟରେ ରାଷ୍ଟ୍ରପତି ପିଲାମାନଙ୍କ ସହ ବେଶ ହସଖୁସିରେ ମିଶି କଥା ହୋଇଥିଲେ । ଏହା ସହିତ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କୁ ଭେଟିଛନ୍ତି । Post navigation ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ; ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ ବିଜେଡି: ନବୀନ ରାଜ୍ୟସଭା ଗୃହରୁ ମିଳିଲା ପୁଳା ପୁଳା ଟଙ୍କା