ବାରବାଟୀରେ ଫ୍ଲଡ୍ ଲାଇଟ୍‌ ବନ୍ଦ ହେବା ଘଟଣାରେ ସାମ୍ୱାଦିକ ସମ୍ମିଳନୀ କରି ଓସିଏ ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ ପ୍ରକାଶ ବେହେରା । ସେ କହିଛନ୍ତି ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଥିବା ସମୟରେ ଲାଇଟ ବନ୍ଦ ହୋଇଯିବା ଘଟଣା ବିଶ୍ବରେ ଓଡ଼ିଶା ନିନ୍ଦିତ ହୋଇଛି। ଏହି ଘଟଣା ପାଇଁ ସଂପୂର୍ଣ ଓଡ଼ିଶାକୁ ବଦନାମ୍ କଲେ ଓସିଏ । ଏହା ସହ ଓସିଏରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଛି । ରାଜ୍ୟ ସରକାର ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ । ଓସିଏ ବୋର୍ଡକୁ ସରକାର ଭାଙ୍ଗିନ୍ତୁ ।

ସେ କହିଛନ୍ତି ଓସିଏ ଲକ୍ଷ ଲକ୍ଷ ଟଙ୍କାର ଟିକେଟ ଓ ପାସ୍ କଳାବଜାରୀ କରିଛି । ଏହା ସହ ହୋର୍ଡିଂ ଵିଜ୍ଞାପନରେ ବି ବ୍ୟାପକ ଦୁର୍ନୀତି ହୋଇଛି ।

Leave a Reply

Your email address will not be published. Required fields are marked *