ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ମିଳିଲା ନୂଆ ଦାୟିତ୍ବ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ଅଧ୍ୟକ୍ଷ ଭାବେ ପ୍ରଦୀପ ଜେନାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର । ସୁରେଶ ମହାପାତ୍ରଙ୍କ ପରେ ଖାଲି ପଡ଼ିଥିଲା ଏହି ପଦ । ଏହା ପୂର୍ବରୁ ୧୯୮୯ ବ୍ୟାଚ ଆଇଏଏସ ଅଫିସର ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇ ସାରିଛନ୍ତି ।

୧୯୮୯ ବ୍ୟାଚ ଆଇଏଏସ ଅଫିସର ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ। ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ। ୧୯୯୯ ମସିହାରେ ବାତ୍ୟା ପରିଚାଳନାରେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରୁ ପ୍ରଶଂସା ପାଇଥିଲେ। ୨୦୨୦ ଡିସେମ୍ବରରେ ସେ ଉନ୍ନୟନ୍ନ କମିଶନର ଭାବେ ନିଯୁକ୍ତି ପାଇଥିଲେ। ପରେ ୨୦୨୩ ମାର୍ଚ୍ଚ ୧ ରେ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ବ ଗ୍ରହଣ କରିଥିଲେ। ପରେ ୨୦୨୪ ଜୁନ୍ ୩୦ରେ ଶ୍ରୀ ଜେନା ଚାକିରିରୁ ଅବସର ଗ୍ରହଣ କରିଥିଲେ।

 

Leave a Reply

Your email address will not be published. Required fields are marked *