ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭିମସାରକୁ ପୁଣି ସାତ ଦିନ ମହଲତ । ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନକୁ ଚରମ ଚେତାବନୀ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଜଳ ଓ ବାୟୁ ପ୍ରଦୂଷଣ ଅଧିନିୟମ ଉଲ୍ଲଂଘନ ଅଭିଯୋଗରେ ଜରିମାନା ସହିତ ନିୟମ ମାନିବାକୁ କଡ଼ା ତାଗିଦ କରାଯାଇଛି । ପ୍ରଦୂଷଣ ନିୟମର ସାଂଘାତିକ ଉଲଂଘନ ଅଭିଯୋଗ ହେବା ପରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ବୁର୍ଲା ଭିମ୍ସାରକୁ ୧୧ ଲକ୍ଷ ୨୨ ହଜାର ଟଙ୍କା ଫାଇନ୍ କରିଥିଲା। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନ ନେବାରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଭିମସାର କର୍ତ୍ତୃପକ୍ଷଙ୍କ କଡ଼ା ଭର୍ସନା କରିଛନ୍ତି। ପଦକ୍ଷେପ ନେବାକୁ ପୁଣି ସାତଦିନର ମହଲତ ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଠି ଅନୁସାରେ ଭିମ୍ସାର୍ ମେଡିକାଲ ଅଧ୍ୟକ୍ଷକଙ୍କୁ ଚିଠିଦେଇ ଜଳ ପ୍ରଦୂଷଣ ଅଧିନିୟମ ୧୯୭୪ ଓ ବାୟୁ ପ୍ରଦୂଷଣ ଅଧିନିୟମ ୧୯୮୧କୁ ଉଲଂଘନ କରିଥିବାରୁ ଭିମ୍ସାର କର୍ତ୍ତୃପକ୍ଷଙ୍କ ସମାଲୋଚନା କରିଛନ୍ତି। ସୂଚନା ଯୋଗ୍ୟ; ୨୦୨୩ରେ ଅଗଷ୍ଟ ମାସରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭୀମସାର ପରିଦର୍ଶନରେ ଆସିଥିଲେ । ସେଠାକାର ବର୍ଜ୍ୟ ବସ୍ତୁ ପରିଚାଳନାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ବୋର୍ଡ । ଏହା ପରେ ବର୍ଜ୍ୟ ବସ୍ତୁ ପରିଚାଳନାକୁ ସୁଧାରିବାକୁ ଭୀମସାରକୁ ୨ ଥର ଚିଠି ମଧ୍ୟ ଲେଖିଥିଲେ । କିନ୍ତୁ ଭିମସାର କର୍ତ୍ତୁପକ୍ଷ ଏହି ଚିଠିକୁ ହେ ଜ୍ଞାନ କରି ଅବହେଳା କରିଥିଲେ । ବାରମ୍ବାର ଚିଠି କରିବା ପରେ କୌଣସି ପରବର୍ତ୍ତନ ନ ଆସିବାରୁ ଶେଷରେ ଚଳିତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପାଇଁ ଭୀମସାରକୁ ୧୧ ଲକ୍ଷ ୨୨ ହଜାର ଟଙ୍କାର ଜୋରିମାନା କରିଥିଲେ । ଏଥିରେ ଇନସିନେରେଟର ଅପଗ୍ରେଡ ନହେବା, କସନ ଚେମ୍ବର ତାପମାତ୍ରା ଅଧିକ ରହିବା, ଡିସପ୍ଲେ ବୋର୍ଡ ନଦେବା ପରି ଭୁଲକୁ ଧରିଥିଲେ ପ୍ରଦୂଷଣ ବୋର୍ଡ । Post navigation ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବଲିଉଡ୍ ପ୍ରଯୋଜିକା ଏକତା କପୁର ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ସରଗରମ ବିଧାନସଭା