ନାବାଳିକାକୁ ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଆକ୍ରମଣ ।ଯାଜପୁର ବଡ଼ଚଣାରେ ପୋଲିସ ଟିମ୍ ଉପରେ ଆକ୍ରମଣ ହୋଇଛି। ଆକ୍ରମଣରେ ଡେଲାଙ୍ଗ ଓ ବଡ଼ଚଣା ଥାନାର ୭ ଜଣ ପୋଲିସ ଆହତ ହୋଇଥିବା ଜଣାଯାଇଛି। ଡେଲାଙ୍ଗରୁ ଅପହରଣ ନାବାଳିକାକୁ ଉଦ୍ଧାର ପାଇଁ ଯାଇଥିବା ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ୪ ଓ ବଡ଼ଚଣା ଥାନାର ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତ ପୋଲିସଙ୍କ ଚିକିତ୍ସା କରାଯାଇଛି । ଆକ୍ରମଣ ନେଇ ବଡ଼ଚଣା ଥାନାରେ ଡେଲାଙ୍ଗ ପୋଲିସର ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଫୋରାର ଥିବା ଜଣାପଡ଼ିଛି । ଅନ୍ୟପଟେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍ପେଶାଲ ଟିମ ଅନୁଧ୍ୟାନ କରୁଛି ।

ସୂଚନା ମୁତାବକ, କିଛିଦିନ ତଳେ ଡେଲାଙ୍ଗରୁ ଜଣେ ନାବାଳିକା ଅପହରଣ ହୋଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ସାମଲ ସାହିର ଅନନ୍ତ ସାମଲ, ମନୋଜ କୁମାର ସାମଲ (ଚିକୁ) ଏବଂ ଭଉଣୀ ମିଶି ପୋଲିସକୁ କାମୁଡିବା ସହ ମାଡ଼ ମାରିଥିଲେ । ଏମିତିକି ଥାନା ଅଧିକାରୀଙ୍କ ହାତରୁ ଚୁଡ଼ି ମଧ୍ୟ ଟାଣି ନେଇଥଲେ । ଏହି ଘଟଣାରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ୪ ଜଣ ପୋଲିସ ଏବଂ ବଡ଼ଚଣା ଥାନାର ୩ ଜଣ ପୋଲିସ ଆହତ ହୋଇଥିଲେ । ଏଭଳି ଘଟଣା ଘଟିବା ପରେ ସେଠାରୁ ନିରାଶ ହୋଇ ଫେରିଥିଲା ପୋଲିସ ।

Leave a Reply

Your email address will not be published. Required fields are marked *