ଗଲା ଦୁଇ ଦିନ ତଳେ ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଫୁଲଟା ଗ୍ରାମରେ ଗଣେଷ ପୁଜା ବିସର୍ଜନ ବେଳେ ଦୁଇ ଗୋଷ୍ଠୀର ଡିଜେ ଘମାଘୋଟ ଲଢେଇ ଦେଖିବାକୁ ମିଳିଛି । ପରସ୍ପର ନିଜକୁ ଶକ୍ତିଶାଳୀ ଦେଖେଇ ହେବାକୁ ଦୁଇ ଡିଜେ ଗାଡ଼ି ମଧ୍ୟରେ ଭୟଙ୍କର ପ୍ରତିଯୋଗିତା। ପରସ୍ପରକୁ ଧକ୍କା ଦେଇ ଚାଲିଲା ଶକ୍ତି ପରୀକ୍ଷା ହୋଇଥିବା ବେଳେ ଆଜି କୁକୁଡାଖଣ୍ଡି ତହସିଲଦାର ଓ ବ୍ରହ୍ମପୁର ଉପଜିଲ୍ଲାପାଳ ସହ ସଦର ପୋଲିସ ଉପସ୍ଥିତିରେ ବାଲିପଡା ବଜରଙ୍ଗୀ ଡିଜେ ଏବଂ ପଦ୍ମତୋଳା ରାହୁଲ ଡିଜେ ମାଲିକ ଘରେ ଚଢ଼ାଉ କରିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିଷେକ କୁମାର  । ୨ ଡିଜେକୁ ଜବତ୍ କରାଯିବା ସହ ଗୃହକୁ ସିଲ୍ କରାଯାଇଛି।

ସୂଚନା ଯୋଗ୍ୟ; ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଫୁଲଟା ଗ୍ରାମର ଦୁଇଟି ସାହିରେ ଦୁଇଟି ଗଣେଶ ମେଢ଼ ଭସାଣି ବେଳେ ଡିଜେ ଲଢେଇ ଦେଖିବାକୁ ମିଳିଥିଲା।  କାହା ଡିଜେ ଗାଡ଼ି ଅଧିକ ଶକ୍ତିଶାଳୀ ସେନେଇ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ପରେ ଉଭୟ ଡିଜେ ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲେ । କାହା ଡିଜେ କେତେ ଅଧିକ ଶବ୍ଦ କରୁଛି, ଏପରିକି କେଉଁ ଡିଜେ ଗାଡ଼ି କେତେ ଶକ୍ତିଶାଳୀ ମନେ କରି ଦୁହେଁ ଦୁହିଁଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ।

Leave a Reply

Your email address will not be published. Required fields are marked *