ସୁନ୍ଦରଗଡ଼ ଜିଲ୍ଲା ବାଙ୍କୋ ପଥର ଖଣିରୁ ୪ ଟନ୍ ବିସ୍ଫୋରକ ଭର୍ତ୍ତି ଗାଡ଼ି ଗାଏବ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଆଜି ସର୍ଚ୍ଚ ଅପରେସନ୍‌ ବେଳେ ଆଉ ଅଢ଼େଇ ଟନ୍‌ର ବିସ୍ଫୋରକ ଜବତ କରାଯାଇଛି । ଝାଡ଼ଖଣ୍ଡ ଜରେଇକେଲା ଥାନା ତିରିଲିପୋଷ ଜଙ୍ଗଲରେ ଜବତ ହୋଇଛି । ମାଟି ତଳେ ବିସ୍ଫୋରକକୁ ପୋତି ଲୁଚାଇ ରଖିଥିଲେ ମାଓବାଦୀ । କୋବ୍ରା ବାଟାଲିୟନ, ଡିଭିଏଫ୍, ଆଇଆରବି ଓ ଏସଓଜି ଯବାନଙ୍କ ଦ୍ୱାରା ଏହାକୁ ଉଦ୍ଧାର କରାଯାଇଛି । ଜବତ ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆହୁରି ବିସ୍ଫୋରକର ଏବେବି ସନ୍ଧାନ ମିଳି ପାରି ନାହିଁ ।

ସୂଚନା ଯୋଗ୍ୟ; ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ମାଓବାଦୀମାନେ ୪ ଟନ୍ ବିସ୍ଫୋରକ ଲୁଟ୍ କରି ନେଇଥିଲେ । ଗତ ଶୁକ୍ରବାର ଦିନ ଜରେଇକେଲା ଥାନା ତିରିଲିପୋଷ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀର ସନ୍ଧାନ ମିଳିଥିଲା । ଏହା ପରେ ବିସ୍ଫୋରକକୁ ଉଦ୍ଧାର କରିବାକୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଥିଲା । ଏହି ସମୟରେ ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

Leave a Reply

Your email address will not be published. Required fields are marked *