ପହଲଗାମ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାକୁ ଲାଗିଛି। ଝେଲମ ନଦୀ ପାଣି ଭାରତ ଛାଡିଦେବାକୁ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର ଛକୋଟି ବୋର୍ଡରରୁ ମୁଜାଫରବାଦ ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । କିଛି ଗାଁ ପୂରା ପାଣି ଘେରରେ ରହିଥିବାରୁ ପାକିସ୍ତାନର ମୁଜାଫରବାଦରେ ଏମରଜେନ୍ସି ଆଲର୍ଟ ଜାରି କରାଯାଇଛି । ଏହାର ମଧ୍ୟରେ ଭାରତକୁ ଦାୟୀ କରିଛି ପାକିସ୍ତାନ । ବିନା କୌଣସି ସୂଚନାରେ ଭାରତ ଜଳ ଛାଡିଦେଇଥିବା ନେଇ ପାକିସ୍ତାନ ଅଭିଯୋଗ କରିଛି ।

ପାକିସ୍ତାନ କହିଛି ଭାରତ ହଠାତ୍ ଝେଲମ୍ ନଦୀରେ ପାଣି ଛାଡି ଦେଇଛି, ଯାହା ଫଳରେ ପାକ୍ ଅଧିକୃତ କାଶ୍ମୀର (ପିଓକେ)ର ମୁଜାଫରାବାଦରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପରିସ୍ଥିତି ଖରାପ ହେଉଥିବା ଦେଖି ସ୍ଥାନୀୟ ପ୍ରଶାସନ ବନ୍ୟା ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *