ଜନତା ମଇଦାନରୁ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଇଛନ୍ତି। ଓଡ଼ିଶାରେ ବିକାଶ ପାଇଁ ସବୁ ଅଛି ବୋଲି ମୋଦି କହିଛନ୍ତି। ଓଡ଼ିଶାରେ କଣ ନାହିଁ ବୋଲି ପଚାରିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ସବୁ ପ୍ରକାର ସଂପଦ ଭରପୁର ହୋଇରହିଛି। ଗତ ୧୦ ବର୍ଷରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦିଆଯାଇଛି।୧୦ ବର୍ଷରେ ଯାହା ମିଳୁଥିଲା, ଏବେ ତା’ଠାରୁ ଅଧିକ ମିଳିବ। ଓଡ଼ିଶାବାସୀ ଏବେ ଆୟୁଷ୍ମାନ ଭାରତ ସୁବିଧା ବି ପାଇବେ। ୭୦ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ସୁବିଧା ମିଳିବ। ମୋଦି ତା ଗ୍ୟାରେଣ୍ଟି ପୂରା କରି ଦେଖାଉଛି କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ପ୍ରାକୃତିକ ସଂପଦକୁ ଓଡ଼ିଶାର ସାମର୍ଥ୍ୟ ବନାଇବୁ। ୫ ବର୍ଷରେ ଓଡ଼ିଶାରେ ରେଲ୍‌ ଓ ରୋଡ୍‌କୁ ନୂଆ ସୋପାନକୁ ନେବୁ। ବିଭିନ୍ନ ପ୍ରକଳ୍ପ ଯୋଗୁଁ ଓଡିଶାର ଯୁବକଙ୍କୁ ରୋଜଗାର ମିଳିବ। ପୁରୀ-କୋଣାର୍କକୁ ରେଳ ଚାଲିବା ଆଉ ବେଶୀ ଦୂର ନୁହେଁ। ଆଗାମୀ ଦିନରେ ସମସ୍ତେ କହିବେ ଏଇ ଆମ ସୁନାର ଓଡ଼ିଶା।

ଏଥିସହ ନିର୍ବାଚନବେଳ ଦେଇଥିବା ପ୍ରତିଶ୍ରୁତି ରଖିଛୁ ବୋଲି ମୋଦି କହିଛନ୍ତି। ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହେଉଛି। ମାତ୍ର ୧୦୦ ଦିନରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲାଗଲା। ଲୋକଙ୍କ ପାଇଁ ଦିନ ରାତି କାମ କରୁଛନ୍ତି ମୋହନ ସରକାର। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *