ଆଦମପୁର ଏୟାରବେସ୍‌ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ।ବୀର ଯବାନଙ୍କୁ ଭେଟି ଆଲୋଚନା ପରେ ସମ୍ବୋଧନ କରିଛନ୍ତି। ମୋଦୀ କହିଛନ୍ତି ଶତ୍ରୁଙ୍କ ଉପରେ ଭାରତ ମାତାର ଜୟ ହୋଇଛି । ଆପଣମାନେ ଇତିହାସ ରଚିଛନ୍ତି, ଆପଣଙ୍କ ଦର୍ଶନ ପାଇଁ ଆସିଛି । ଆପଣମାନଙ୍କ ପ୍ରଦର୍ଶନ ନୂଆ ପିଢ଼ି ପାଇଁ ଆଦର୍ଶ ବନିଛି । ସମସ୍ତ ୩ ବାହିନୀଙ୍କୁ ମୁଁ ସାଲୁଟ କରୁଛି । ଆତଙ୍କବାଦୀ ଆମ ମା, ଭଉଣୀଙ୍କ ସିନ୍ଦୁର ପୋଛି ଦେଲେ । ଆମେ ସେମାନଙ୍କ ଘରେ ପଶି ଖୋଜି ଖୋଜି ମାରିଲୁ । ୯ଟି ଆତଙ୍କୀ ଠିକଣାକୁ ଆମେ ମାଟିରେ ମିଶାଇଲୁ । ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀବାଦୀଙ୍କୁ ନିପାତ କରିପାରିଲୁ । ସେନା ଯାହା କରିଛି ଅଭୁତ, ଅକଳ୍ପନୀୟ।

ପାକିସ୍ତାନ ଲଗାତାର ସାରା ବିଶ୍ୱରେ ମିଛ ପ୍ରଚାର କରୁଥିବା ବେଳେ ଏୟାରବେସ୍ ଭିତରେ ମୋଦିଙ୍କ ଗୋଟିଏ ଫଟୋ ଏବେ ପାକିସ୍ତାନର ସବୁ ଫୁଟାଣି ବାହାର କରିଦେଇଛି । ଯେଉଁଥିରେ ପାକିସ୍ତାନ କହୁଥିଲା, ଭାରତର ପଞ୍ଜାବର ଆଦମପୁର ଏୟାରବେସ୍ ଆକ୍ରମଣରେ ଧ୍ୱଂସ କରିଦେଇଛି, ଆଉ ଭାରତର ଲଢୁଆ ବିମାନ ଏସ୍-୪୦୦ କୁ ବି ଧ୍ୱଂସ କରିଛି ପାକିସ୍ତାନ । ହେଲେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନର ଦାବିର ପର୍ଦ୍ଦାଫାସ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଯବାନଙ୍କୁ ସାଲ୍ୟୁଟ୍ କରୁଥିବା ଏକ ଫଟୋରେ ପଛରେ ଏକ ମିଗ-୨୯ ଯୁଦ୍ଧବିମାନ ଓ ଅକ୍ଷତ S-400 ଏୟାର ଡିଫେନ୍ସ ସିଷ୍ଟମ ସ୍ପଷ୍ଟ ଦେଖାଯାଉଛି।

ମୋଦୀ ଆହୁରି ମଧ୍ୟ କହିଛନ୍ତି, ‘ଆତଙ୍କବାଦୀ ଆମ ମା-ଭଉଣୀଙ୍କ ସିନ୍ଦୂର ପୋଛି ଦେଲେ, ଆଉ ଜବାବରେ ଆମେ ସେମାନଙ୍କ ଘରେ ପଶି ଖୋଜି ଖୋଜି ମାରିଲୁ। ୯ଟି ଆତଙ୍କୀ ଠିକଣାକୁ ଆମ ବୀର ସୈନ ମାଟିରେ ମିଶାଇଛନ୍ତି। ୧୦୦ରୁ ଅଧିକ ଆତଙ୍କବାଦଙ୍କୁ ନିପାତ କରିପାରିଲୁ। ଅପରେସନ ସିନ୍ଦୂର ଆମ ପାଇଁ ନର୍ମାଲ। ବାୟୁସେନା, ସ୍ଥଳସେନା ଓ ନୌସେନା ମିଶିକି ସଫଳତା ପାଇଲୁ। ୩ ସେନା ମଧ୍ୟରେ ଅଭୁତପୂର୍ବକ ସମନ୍ନୟ ଥିଲା। ଏହାର ଶ୍ରେୟ ଆପଣ ସମସ୍ତେ ପାଇବାକୁ ହକଦାର। ସୀମା ଜଗିଥିବା ସବୁ ଯବାନଙ୍କୁ ଏହାର ଶ୍ରେୟ ଯିବ।

ଭାରତ ସର୍ବଦା ଶାନ୍ତି ଚାହେଁ, ମାତ୍ର ଯୁଦ୍ଧ ହେଲେ ମାଟିରେ ମିଶାଇବୁ। ଭାରତର ଡ୍ରୋନ, ମିସାଇଲ କଥା ଭାବିକି ପାକିସ୍ତାନର ନିଦ ହଜିଛି। ଭାରତ ମାତା କୀ ଜୟ ଶୁଣିଲେ ଥରୁଛି ଶତ୍ରୁଙ୍କ ଛାତି, ଆମେ ଶତ୍ରୁକୁ କଡ଼ା ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ହେଲେ ଶତ୍ରୁ ଭୀର ଭଳି ଲୁଚିଲେ। ଭାରତୀୟ ବାୟୁସେନା ଏବେ କେବଳ ଅସ୍ତ୍ରଶସ୍ତ୍ର ନୁହେଁ ବରଂ ଡାଟା ଏବଂ ଡ୍ରୋନ ସାହାଯ୍ୟରେ ମଧ୍ୟ ଶତ୍ରୁକୁ ଚକମା ଦେବାରେ ମାହିର ହୋଇପାରିଛି । ଆଜି ଆମ ପାଖରେ ନୂତନ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିର କ୍ଷମତା ଅଛି, ଯାହାକୁ ପାକିସ୍ତାନ ମୁକାବିଲା କରିପାରିବ ନାହିଁ’

Leave a Reply

Your email address will not be published. Required fields are marked *