ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଓଡ଼ିଶା ଆସିବେ ମୋଦି। ଆଜି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅବସରରେ ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପ୍ଟେମ୍ବର ୧୭ରେ ମୋଦିଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନରେ ଯୋଜନା ଶୁଭାରମ୍ଭ ହେବ।

ସୂଚନାଯୋଗ୍ୟ, ୨୧-୬୦ବର୍ଷର ମହିଳାଙ୍କୁ ବାର୍ଷିକ ୧୦ହଜାର ଟଙ୍କା ଲେଖାଏଁ ଟଙ୍କା ହିସାବରେ ୫ ବର୍ଷରେ ୫୦,୦୦୦ ଟଙ୍କା ଦିଆଯିବ । ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଯିବ । ଏହାସହ ହିତାଧିକାରୀଙ୍କୁ ଏକ ସୁଭଦ୍ରା ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *