PM Modi to visit Odisha June 20
ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୨ ନୁହେଁ, ବରଂ ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
 
ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ବିଜେପି ସରକାର ଓଡ଼ିଶାରେ ତାଙ୍କ ସରକାର ଦ୍ୱାରା ହୋଇଥିବା ଏକ ବର୍ଷ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ନିଜର ସଫଳତା ବଖାଣିବେ ।
 
ସମାରୋହ ପାଇଁ ସ୍ଥାନ ନିରୂପଣ ଚାଲିଛି । ଆଗକୁ ମୁଖ୍ୟମନ୍ତ୍ରୀ ପ୍ରେସ କନଫେରେନ୍ସ କରି ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବେ ବୋଲି ସୁରେଶ ପୂଜାରୀ ସୂଚନା କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *