ବନ୍ୟା ପ୍ରଭାବିତ ରାଜ୍ୟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି । ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ତାଣ୍ଡବ ରଚିଛି ବର୍ଷା । ଲଗାଣ ବର୍ଷା ଯୋଗୁଁ ଜମ୍ମୁ-କଶ୍ମୀର, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ-ଏନସିଆର ଏବଂ ପଶ୍ଚିମ ୟୁପିର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଭାବେ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ଭାରତର ବିଭିନ୍ନ ବନ୍ୟା ପ୍ରଭାବିତ ରାଜ୍ୟ ଗସ୍ତ କରି କ୍ଷୟକ୍ଷତି ଆକଳନ କରିବା ସହ ସ୍ଥିତି ସମୀକ୍ଷା କରିବେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ତେବେ ଏନେଇ କୌଣସି ସରକାରୀ କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ । Post navigation ଜାତୀୟ ଶିକ୍ଷକ ସମ୍ମାନ: ଓଡ଼ିଶାର ୨ ଶିକ୍ଷକଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି