ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଏସସିଓ ସମ୍ମିଳନୀରେ ଯୋଗ ଦେବାକୁ ଚୀନ୍‌ ଯିବେ । ଅଗଷ୍ଟ ୩୧ରେ ଚୀନ୍‌ ଗସ୍ତ କରିବା ନେଇ ସୂଚନା । ଚୀନ ସହ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚୀନରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିବେ ବୋଲି ଜଣାପଡିଛି। ବାଣିଜ୍ୟ, ରାଷ୍ଟ୍ରୀୟ ସୀମା ଏବଂ ଦେଶ ସୁରକ୍ଷା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଏସସିଓ ମେମ୍ବରମାନେ ଆଲୋଚନା କରିବେ ବୋଲି ଜଣାପଡିଛି ।

୨୦୨୦ ମସିହାରେ ପୂର୍ବ ଲଦାଖର ଗାଲୱାନରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ଚୀନ୍ ଗସ୍ତ । ଗାଲୱାନ ଉପତ୍ୟକାରେ ଭାରତ-ଚାଇନା ସୈନ୍ୟ ମୁହାଁମୁହିଁ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ିଥିବା ବେଳେ ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚର୍ଚ୍ଚା ଧରିଛି ।

ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ କହିଛନ୍ତି ଯେ ୨୦ରୁ ଅଧିକ ଦେଶର ନେତା ଏବଂ ୧୦ଟି ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *