ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡୋନାଲ୍ଡ ଟ୍ରମ୍ପ୍ଙ୍କ ଫୋନ୍ କଲ୍ । ଏ ନେଇ ଏକ୍ସ ହ୍ୟାଣ୍ଡେଲ୍ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଦୀପାବଳି ଶୁଭେଚ୍ଛା ପାଇଁ ଟ୍ରମ୍ପ୍ଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ । ଦୀପାବଳିର ବିଶେଷ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ, ଆପଣଙ୍କ ଫୋନ୍ କଲ୍ ଏବଂ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆଲୋକର ପର୍ବରେ ବିଶ୍ୱକୁ ଆଶାରେ ଆଲୋକିତ କରିବା । ଏହି ଆଲୋକର ପର୍ବରେ ଦୁଇଟି ଲୋକତନ୍ତ୍ର ଦୁନିଆର ଆଶାର କିରଣ ହେଉ ଏବଂ ଆତଙ୍କବାଦ ବିରୋଧରେ ଏକତ୍ରିତ ରହୁ ବୋଲି ମୋଦି ତାଙ୍କ ସୋସିଆଲ ମିଡିଆରେ ପେଜରେ ଲେଖିଛନ୍ତି । ସୂଚନା ଯୋଗ୍ୟ, ଆମେରିକା-ଭାରତ ସମ୍ପର୍କ ଖରାପ ହେବା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପ ଫୋନରେ ଆଲୋଚନା କରିଛନ୍ତି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍ ହାଉସରେ ଦୀପାବଳି ପାଳନ କରିଥିଲେ । ଏହାରି ମଧ୍ୟରେ ସେ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ଏଥି ସହ ଟ୍ରମ୍ପ କହିଥିଲେ ଯେ, ମୁଁ ଭାରତର ଲୋକମାନଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ ଖୁବ୍ କଥା ହୋଇଥିଲେ ଟ୍ରମ୍ପ । ଯେଉଁ ଆଲୋଚନା ବାଣିଜ୍ୟକୁ ନେଇ ରହିଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋଦିଙ୍କୁ ଭଲ ବନ୍ଧୁ ସମ୍ବୋଧନ କରିଥିଲେ । ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ‘ମହାନ ବ୍ୟକ୍ତି’ ଏବଂ ‘ମହାନ ବନ୍ଧୁ’ ବୋଲି କହିଥିଲେ ଏବଂ ବାଣିଜ୍ୟ ଏବଂ ଆଞ୍ଚଳିକ ଶାନ୍ତିରେ ଆମେରିକା-ଭାରତ ସମ୍ପର୍କ ବିଷୟରେ କହିଥିଲେ। ଟ୍ରମ୍ଫ କହିଥିଲେ, ମୁଁ ଭାରତର ଜନସାଧାରଣଙ୍କୁ ମୋର ହୃଦୟସ୍ପର୍ଶୀ ଶୁଭେଚ୍ଛା ଜଣାଉଛି। ମୁଁ ଆଜି ଆପଣଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲି। ଏହା ଏକ ବହୁତ ଭଲ ଆଲୋଚନା ଥିଲା। ଆମେ ବାଣିଜ୍ୟ ବିଷୟରେ କଥା ହୋଇଥିଲୁ । ସେ ଏଥିରେ ବହୁତ ଆଗ୍ରହୀ। ଆମେ କିଛି ସମୟ ପୂର୍ବରୁ ପାକିସ୍ତାନ ସହିତ ଯୁଦ୍ଧ ନକରିବାର ଆବଶ୍ୟକତା ବିଷୟରେ କଥା ହୋଇଥିଲୁ। ଏଥିରେ ବାଣିଜ୍ୟ ଅନ୍ତର୍ଭୁକ୍ତ ଥିଲା, ତେଣୁ ମୁଁ ଏହା ବିଷୟରେ କଥା ହୋଇପାରିଥିଲି। ଏବଂ ଆମେ ପାକିସ୍ତାନ ଏବଂ ଭାରତ ସହିତ ଯୁଦ୍ଧରେ ନାହୁଁ। ଏହା ଏକ ବହୁତ ଭଲ କଥା। Post navigation Pitabas Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଜେଡ଼ି ବିଧାୟକ ବିକ୍ରମ ପଣ୍ଡା ଅଟକ President chopper scare: କେରଳରେ ରାଷ୍ଟ୍ରପତିଙ୍କ ଚପର୍ ଲ୍ୟାଣ୍ଡିଂ ବେଳେ ଅଘଟଣ