ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଙ୍କ ସହ ଫୋନ୍ ରେ କଥା ହୋଇଛନ୍ତି । ଏହି ଫୋନ୍ କଲ୍ ସମୟରେ, ପୁଟିନ୍ ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୋଦୀ । ଏକ୍ସରେ ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇ କହିଛନ୍ତି ଯେ “ମୋର ବନ୍ଧୁ ପୁଟିନଙ୍କ ସହ ଦ୍ୱିପାକ୍ଷିକ କାର୍ଯ୍ୟସୂଚୀର ଅଗ୍ରଗତି ନେଇ ବହୁତ ଭଲ ଏବଂ ବିସ୍ତୃତ ଆଲୋଚନା ହୋଇଛି । ଏ ବର୍ଷ ଶେଷରେ ପୁଟିନଙ୍କୁ ଆତିଥ୍ୟ ଦେବାକୁ ଅପେକ୍ଷା କରିଛି” । ଏହି ସମୟରେ ଦୁଇ ନେତା ଋଷ-ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରିଥିଲେ । Post navigation ଆୟକର ବିଲ୍-୨୦୨୫ ପ୍ରତ୍ୟାହୃତ; ଅଗଷ୍ଟ ୧୧ରେ ନୂଆ ବିଲ୍ ଆଗତ କରିବେ ସରକାର