pm-modi-speaks-in-lok-sabha-on-middle-east-conflict
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ନିଜ ମତ ଉପସ୍ଥାପନ କରିଛନ୍ତି ।
 
ଲୋକସଭାରେ ଅଭିଭାଷଣ ରଖି ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଶାନ୍ତି ଏବଂ ସ୍ଥିରତା ପୁନରୁଦ୍ଧାର ପାଇଁ ଆଲୋଚନା ଏବଂ କୂଟନୀତିକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି । ଭାରତ ସର୍ବଦା ମାନବତା ଏବଂ ଶାନ୍ତିର ସ୍ୱର ଉତ୍ତୋଳନ କରିଆସିଛି । ଯୁଦ୍ଧ କେବେ ସମାଧାନ ଆଣିବ ନାହିଁ ବୋଲି ମୋଦି ନିଜ ଅଭିଭାଷଣରେ କହିଛନ୍ତି ।
 
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ସଙ୍କଟରେ, ଦେଶ ଏବଂ ବିଦେଶରେ ଥିବା ଭାରତୀୟଙ୍କ ସୁରକ୍ଷା ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା ହୋଇଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ, ୩ ଲକ୍ଷ ୭୫ ହଜାରରୁ ଅଧିକ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଅଣାଯାଇଛି ।
 
ସେ ପୁଣି କହିଛନ୍ତି ଯେ, ଯୁଦ୍ଧ ପରଠାରୁ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଆସିବା କଷ୍ଟକର ହୋଇଛି । ଏଥିପାଇଁ ଘରୋଇ LPGକୁ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି । ଏହି ଯୁଦ୍ଧ ଭାରତ ପାଇଁ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଚ୍ୟାଲେଞ୍ଜ୍‌କୁ ଧୈର୍ଯ୍ୟ ଓ ଶାନ୍ତ ମନରେ ମୁକାବିଲା କରିବା ଉଚିତ୍। ବର୍ତ୍ତମାନ ସ୍ଥିତିରେ ଆମକୁ ଅତ୍ୟନ୍ତ ସତର୍କ ଓ ସଜାଗ ରହିବାକୁ ହେବ। ଗୁଜବ ପ୍ରଚାର ପ୍ରୟାସକୁ ସଫଳ ହେବାକୁ ଦେବା ଉଚିତ୍ ନୁହେଁ। ସମସ୍ତ ରାଜ୍ୟ ସରକାରଙ୍କୁ ଆହ୍ୱାନ, କଳାବଜାରୀଙ୍କ ପ୍ରତି ସଜାଗ ରୁହ। ଏଭଳି ସମୟରେ କଳାବଜାରୀ ଓ ମହଜୁଦକାରୀ ସକ୍ରିୟ ହୋଇଯାଆନ୍ତି। ଏଥିପାଇଁ କଡ଼ା ପଦକ୍ଷେପ ଅତ୍ୟନ୍ତ ଜରୁରୀ। ଯେଉଁଠାରେ ଏଭଳି ଅଭିଯୋଗ ଆସୁଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏକାଠି କାମ କଲେ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ମୁକାବିଲା କରିପାରିବା ବୋଲି ନଦୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *