ବିଦେଶ ଗସ୍ତ ସାରି ଫେରିଥିବା ସର୍ବଦଳୀୟ ଡେଲିଗେସନ ଟିମକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ କରିବା ଓ ପାକିସ୍ତାନର ଆତଙ୍କୀ ଚେହେରା ବିଶ୍ୱକୁ ଦେଖାଇବା ପାଇଁ ୩୦ରୁ ଅଧିକ ଦେଶ ଗସ୍ତ କରିଥିବା ୭ଟି ପ୍ରତିନିଧି ଦଳଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଜି ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଅପରେସନ୍ ସିନ୍ଦୂରର ସଫଳତା ପରେ ବିଦେଶ ଯାଇ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ମୁଖା ଖୋଲିଛନ୍ତି ପ୍ରତିନିଧି ଦଳ ।ଆଜି ମୋଦିଙ୍କ ସମ୍ମୁଖରେ ଗସ୍ତ ପରର ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ପ୍ରତିନିଧି ଦଳ । Post navigation ଓଡ଼ିଆ ପୁଅ ଆଇପିଏସ୍ ଉତ୍କଳ ରଞ୍ଜନ ସାହୁ ହେଲେ RPSC ଅଧ୍ୟକ୍ଷ ପୁଣି ଘୁଞ୍ଚିଲା ସ୍ପେଶ୍ ଏକ୍ସର ଆକ୍ସିଅମ୍-୪ ମିଶନ୍