ତାମିଲନାଡୁ ରାମେଶ୍ବରମରେ ପମ୍ବନ ସେତୁ ଉଦ୍ଘାଟିତ। ନୂଆ ପମ୍ବନ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଦେଶର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସାମୁଦ୍ରିକ ସେତୁ । ୫୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ପମ୍ବନ ବ୍ରିଜ୍ । ଏହା ସହ ପ୍ରାୟ ୮,୩୦୦ କୋଟି ପ୍ରକଳ୍ପର ଶିଳାନ୍ୟାସ କଲେ ନରେନ୍ଦ୍ର ମୋଦୀ। ସୂଚନା ଯୋଗ୍ୟ; ଆରବ ସାଗର ଉପରେ ନିର୍ମିତ ହୋଇଛି ନୂତନ ରାମେଶ୍ବରମ-ପାମ୍ବନ ମଧ୍ୟରେ ରେଳ ସେତୁ । ୨.୦୮ କିଲୋମିଟର ଲମ୍ବା ଏହି ସେତୁ ତାମିଲନାଡୁର ରାମେଶ୍ବରମ ସହ ମଣ୍ଡପମକୁ ସଂଯୋଗ କରେ । ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ନଭେମ୍ବର ମାସରେ ବ୍ରିଜର ଲୋକାର୍ପଣ କରିଥିଲେ । ଏହି ସେତୁରେ ରେଳମାର୍ଗ ସହ ଜାହାଜ ଚଳାଚଳ ବ୍ୟବସ୍ଥା ରହିଛି । ନୂଆ ପମ୍ବନ ସେତୁର ଲମ୍ବ ୨୦୮ କି.ମି । ଏଥିରେ ୯୯ଟି ସ୍ପାନ୍ ଏବଂ ୭୨.୫ ମିଟର ଭୂଲମ୍ବ ଲିଫ୍ଟ ସ୍ପାନ୍ ଅଛି, ଯାହା ୧୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ । ପୂର୍ବ ରେଳସେତୁ ଅପେକ୍ଷା ଏହା ଜାହାଜ ଗୁଡ଼ିକର ସୁଗମ ଅତିକ୍ରମକୁ ସହଜ କରିବା ସହ ରେଳ ପରିଚାଳନା ସୁବିଧା ହୋଇପାରିବ । ଭବିଷ୍ୟତ ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ଦୋହରୀକରଣ ରେଳ ଟ୍ରାକ୍ ପାଇଁ ଡିଜାଇନ୍ କରାଯାଇଛି । Post navigation ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଛି ବିଜେପିର ପ୍ରତିଷ୍ଠା ଦିବସ ସିଂହଦ୍ବାର ସାମ୍ନାରେ ସାମ୍ବାଦିକାଙ୍କୁ ସେବାୟତଙ୍କ ଆକ୍ରମଣ; ଥାନାରେ ଏତଲା