PM Modi joins Pongal festival celebrations at L. Murugan’s residence
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନଙ୍କ ବାସଭବନରେ ପୋଙ୍ଗଲ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇବା ସହ ଗୋ ସେବା ମଧ୍ୟ କରିଛନ୍ତି ।
 
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଏହି ଏକତା ଭାବନା ହିଁ ସବୁଠାରୁ ବଡ଼ ଶକ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଙ୍ଗଲ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି । ଏହି ପର୍ବ ଭାରତୀୟ ସଂସ୍କୃତି ଓ ଐକ୍ୟର ପ୍ରତୀକ । ତାମିଲ ସମ୍ପ୍ରଦାୟ ଏବଂ ସଂସ୍କୃତିକୁ ଭଲ ପାଉଥିବା ଲୋକମାନଙ୍କ ମଧ୍ୟରୁ ସେ ଜଣେ । ଏହି ପର୍ବ ପାଳନ କରିବା ତାଙ୍କ ପାଇଁ ଏକ ସୌଭାଗ୍ୟର କଥା ।
 
ମୋଦି ପୁଣି କହିଥିଲେ ଯେ ପୋଙ୍ଗଲ କୃଷକ, ଭୂମି ଏବଂ ସୂର୍ଯ୍ୟଙ୍କ ପ୍ରତି କୃତଜ୍ଞତାର ପ୍ରତୀକ, ଏବଂ ସମାଜକୁ ପ୍ରକୃତି ସହିତ ଏବଂ ପରିବାର ମଧ୍ୟରେ ସନ୍ତୁଳନ ବଜାୟ ରଖିବାର ପ୍ରତୀକ ।
pm-modi-joins-pongal-festival-celebrations-at-l-murugans-residence

By Nirvay

Leave a Reply

Your email address will not be published. Required fields are marked *