pm-modi-holds-key-meeting-on-lpg-Supply SituationFile Pic
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦେଶରେ ଗ୍ୟାସ ସଙ୍କଟ ଦେଖାଦେଇଛି । ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ ଡାକିଛନ୍ତି ।
 
ପ୍ରଧାନମନ୍ତ୍ରୀ ମୋଦି ଭାରତର ଶକ୍ତି ଯୋଗାଣ ଉପରେ ଚାଲିଥିବା ମଧ୍ୟପ୍ରାଚ୍ୟ ବିବାଦର ପ୍ରଭାବ ମୂଲ୍ୟାଙ୍କନ କରିବା ପାଇଁ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ଏବଂ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି ।
 
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଏଲପିଜି ଆମଦାନୀ ପ୍ରଭାବିତ ହୋଇଛି, ଯାହା ଦେଶରେ ଗ୍ୟାସ ସଙ୍କଟ ସୃଷ୍ଟି କରିଛି । ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଛି, ଯେତେବେଳେ କି ବାଣିଜ୍ୟିକ ସିଲିଣ୍ଡର ୧୧୫ ଟଙ୍କା ମହଙ୍ଗା ହୋଇଛି ।
 
ଏହି ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାର ଲୋକଙ୍କ ପାଖରେ ଏଲପିଜି ଅଭାବ ନହେବାକୁ ଗୁରୁତ୍ୱ ଦିଆଯାଇଛି । ରିଫାଇନାରୀ ଗୁଡ଼ିକୁ ଏଲପିଜି ଉତ୍ପାଦନ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
 
 

By Nirvay

Leave a Reply

Your email address will not be published. Required fields are marked *