ଆଜି କୁଏତ ଗସ୍ତ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତର ଆମିର ଶେଖ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ତାରିଖ ଅର୍ଥାତ୍ ଦୁଇ ଦିନିଆ ଗସ୍ତରେ ସେଠାକୁ ଯାଉଛନ୍ତି ମୋଦି। ସେ କୁଏତର ଅମୀର, କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ପୃଥକ ଭାବେ ଆଲୋଚନା କରିବେ। ଏହା ପରେ ମୋଦୀ କୁଏତରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଭେଟିବେ। ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କୁଏତ ଗସ୍ତ ହେବ ଏବଂ ଏହା ଦୁଇ ଦେଶର ସମ୍ପର୍କକୁ ଏକ ନୂତନ ଉଷ୍ମତା ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ସୂଚନା ଯୋଗ୍ୟ; ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୮୧ ମସିହାରେ ଅର୍ଥାତ ୪୩ ବର୍ଷ ପୂର୍ବେ କୁଏତ ଗସ୍ତ କରିଥିଲେ। ତତ୍କାଳୀନ ଉପରାଷ୍ଟ୍ରପତି ହମିଦ ଅନସାରୀ ୨୦୦୯ରେ ପଶ୍ଚିମ ଏସୀୟ ଦେଶ ଗସ୍ତ କରିଥିଲେ। ଆଜି ଭାରତର ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି।

କୁଏତରେ ୧୦ ଲକ୍ଷ ଭାରତୀୟ ବସବାସ କରନ୍ତି, ଯାହା କି ଦେଶରେ ସର୍ବାଧିକ ବିଦେଶୀ ନାଗରିକ। ୧୯୯୦ରେ ଯେତେବେଳେ ଇରାକ କୁଏତ ଉପରେ ଆକ୍ରମଣ କରିଥିଲା, ସେତେବେଳେ ଭାରତ ଏହାକୁ ନିନ୍ଦା କରିନଥିଲା। ଫଳରେ କୁଏତ ସହ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ଫଳରେ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ରାଜନୈତିକ ଯୋଗାଯୋଗ ବ୍ୟବଧାନ ରହିଥିଲା ।

Leave a Reply

Your email address will not be published. Required fields are marked *