ଅଧିକ ଓଜନ ପାଇଁ ଅଲିମ୍ପିକ୍ସ ଫାଇନାଲରୁ ଆଉଟ ହୋଇଛନ୍ତି ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ । ତାଙ୍କ ପଦକ ଆଶା ଅଧୁରା ରହିଛି । ଏହା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ବିନେଶଙ୍କୁ ସାନ୍ତ୍ଵନା ଦେବା ସହ ତାଙ୍କ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି।

ମୋଦି କହିଛନ୍ତି ଯେ, ବିନେଶ, ତୁମେ ଚାମ୍ପିଅନଙ୍କ ମଧ୍ୟରେ ଚାମ୍ପିଅନ୍ ! ତୁମେ ଭାରତର ଗର୍ବ ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା। ଆଜିର କଷ୍ଟଦାୟକ। ମୁଁ ଆଶା କରୁଛି ମୋର ଶବ୍ଦ ସେହି ନିରାଶ ଭାବକୁ ବ୍ୟକ୍ତ କରିପାରିବ ଯାହା ମୁଁ ଅନୁଭବ କରୁଛି। ଏଥିସହ ମୁଁ ଜାଣିଛି ଚ୍ୟାଲେଞ୍ଜକୁ ସାମ୍ନା କରିବା ତୁମର ପ୍ରକୃତି।

ମଜଭୁତ ହୋଇ ପୁଣି ମୈଦାନକୁ ଫେରିବ। ଆମେ ସମସ୍ତେ ତୁମ ସହ ଅଛୁ।

Leave a Reply

Your email address will not be published. Required fields are marked *