ସାରା ଦେଶରେ ଆଲୋକର ପର୍ବ ଦୀପାବଳିର ଉତ୍ସାହ ଓ ଉତ୍ସବର ମାହୋଲ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଚ୍ଛରେ ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଗୁଜୁରାଟରେ ସୈନିକଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସେଠାରେ ପହଞ୍ଚି ପିଏମ ମୋଦୀ ଯବାନଙ୍କୁ ଦୀପାବଳି ପର୍ବରେ ନିଜ ହାତରେ ମିଠା ଖୁଆଇଛନ୍ତି ଏବଂ ତାଙ୍କୁ ଦୀପାବଳି ଶୁଭେଚ୍ଚା ଜଣାଇଛନ୍ତି। ଏହାପରେ ବିଏସ୍ଏଫ୍ ଯବାନଙ୍କ ସହ ଦୀପାବଳି ପାଳନ ଅବସରରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଆମ ଲକ୍ଷ୍ୟ । ଆବଶ୍ୟକକୁ ଦେଖି ଆଜି ଆମେ ସେନାକୁ ଆଧୁନିକ ଯନ୍ତ୍ରାଂଶ ଯୋଗାଉଛୁ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ହେବାକୁ ଆମେ ଆଗଉଛୁ । ଦେଶରେ ଏବେ ଏମିତି ସରକାର ଯିଏ ସୀମାରୁ ଇଞ୍ଚେ ପାଇଁ ବି ବୁଝାମଣା କରିବନି। । ଅନ୍ୟପଟେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁଜରାଟର ଯବାନଙ୍କ ସହ ଦୀପାବଳି ମଧ୍ୟ ପାଳନ କରିଥିଲେ। ଏହା ପୂର୍ବରୁ ଅନେକ ଥର ଦୀପାବଳି ଅବସରରେ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବାକୁ ମିଳିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ସିଆଚେନରେ ମୁତୟନ ହୋଇଥିବା ସୁରକ୍ଷା ବାହିନୀ ସହ ଦୀପାବଳି ପାଳନ କରିଥିବେଳେ ୨୦୧୫ରେ ଖାସା ବର୍ଡର, ୨୦୧୬ରେ ଚୀନ ସୀମା ହିମାଚଳ, ୨୦୧୭ରେଗୁରେଜ, ୨୦୧୮ରେ ହର୍ଷିଲ, ୨୦୧୯ରେ ରଜୌରୀ, ୨୦୨୦ରେ ଜେସଲମେର,୨୦୨୧ରେ ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରର ନୌଶେରାରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ। ଗତବର୍ଷ ସେ କାର୍ଗିଲରେ ମୁତୟନ ଥିବା ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ। Post navigation ଆସନ୍ତା ୨ତାରିଖରୁ ୭ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଜନ୍ମମାଟିରେ କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ