ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟପାଳ ହରି ବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହା ପରେ ଜନତା ମଇଦାନରୁ ଭିସିରେ ପ୍ରବାସୀ ଭାରତୀୟଙ୍କ ପାଇଁ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୋଦି । ସେହିପରି ଆଜି ଓଡ଼ିଶା ଆସି ଆସନ୍ତା କାଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ପ୍ରଥମଥର ପାଇଁ ପୂର୍ବ ଭାରତ ରାଜ୍ୟ ଭାବରେ ଓଡ଼ିଶାରେ ଆୟୋଜିତ ହୋଇଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଆଜି ହେଉଛି ଦ୍ୱିତୀୟ ଦିନ । ଜନତା ମଇଦାନରେ ଗତକାଲି ଅର୍ଥାତ ୮ ତାରିଖରେ ଆରମ୍ଭ ହୋଇଛି ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏଥିରେ ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଯୋଗ ଦେଇଛନ୍ତି । ରାଜ୍ୟର କଳା, ସଂସ୍କୃତି ତଥା ଖାଦ୍ୟର ମଜା ନେଉଛନ୍ତି ଅତିଥି । ସେପଟେ ପ୍ରବାସୀ ମଧ୍ୟରେ ସଂପର୍କର ସେତୁ ଯୋଡିବ ଏହି କାର୍ଯ୍ୟକ୍ରମ। ଅର୍ଥନୈତିକ ଦୃଷ୍ଟିରୁ ପ୍ରବାସୀ ସମ୍ମିଳନୀ ରାଜ୍ୟକୁ ସମୃଦ୍ଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *