ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ଆଜି ନାଗପୁର ସ୍ଥିତ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ)ର ମୁଖ୍ୟାଳୟ ପହଞ୍ଚିଛନ୍ତି । କୌଣସି ବି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଆରଏସଏସ ମୁଖ୍ୟାଳୟ ଗସ୍ତ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଗସ୍ତର ଆରମ୍ଭ ନାଗପୁର ସ୍ଥିତ ସ୍ମୃତି ମନ୍ଦିରରେ ସଂଘର ସଂସ୍ଥାପକ ଡ. କେଶବ ବଳିରାମ ହେଡଗେୱାରଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋହନ ଭାଗବତ ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ବହୁତ ମହତ୍ୱପୂର୍ଣ୍ଣ ଓ ଐତିହାସିକ ଦର୍ଶାଇ ଆରଏସଏସର ଶେଷାନ୍ଦ୍ରି ଚାରି କହିଛନ୍ତି, ଲୋକ ସର୍ବଦା ଆରଏସଏସ ଓ ବିଜେପି ସମ୍ବନ୍ଧରେ କଥା କୁହନ୍ତି । ପୂର୍ବରୁ ମଧ୍ୟ ଅନେକ କଥା କହୁଥିଲେ । କିନ୍ତୁ ବାସ୍ତବତା ଏହା ଯେ, ବିଜେପି ଓ ଆରଏସଏସ ମଧ୍ୟରେ କୌଣସି ମତଭେଦ ନାହିଁ ।

Leave a Reply

Your email address will not be published. Required fields are marked *