ଅଗଷ୍ଟ ୨ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନର ୨୦ ତମ କିସ୍ତି ଟଙ୍କା । ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ମୋଦି । ଡିବିଟି ଜରିଆରେ ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨ରେ ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦ ହଜାର ୫ ଶହ କୋଟି ଟଙ୍କା। ଏହି ପରିପ୍ରେକ୍ଷୀରେ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କାର୍ଯ୍ୟକ୍ରମର ପ୍ରସ୍ତୁତି ଏବଂ ସର୍ବାଧିକ ସଂଖ୍ୟକ ଚାଷୀଙ୍କ ନିକଟରେ ଏହାର ଲାଭ ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ ସମୀକ୍ଷା କରାଯାଇଥିଲା। ବୈଠକରେ ଜାତୀୟ, ରାଜ୍ୟ, ଜିଲ୍ଲା ଏବଂ ଗ୍ରାମ ସ୍ତରରେ ଚାଷୀମାନଙ୍କୁ କାର୍ଯ୍ୟକ୍ରମ ସହିତ ଯୋଡ଼ିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ, ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ୩ଟି କିସ୍ତିରେ ୬ ହଜାର ଟଙ୍କା ହସ୍ତାନ୍ତର କରାଯାଉଛି, ପ୍ରତ୍ୟେକ କିସ୍ତି ପ୍ରତି ଚାରି ମାସରେ ଜାରି କରାଯିବ। ସୂଚନା ଯୋଗ୍ୟ; ପିଏମ୍ କିଷାନ ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି । ଆଉ ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା । ଏହି ଯୋଜନା ଅଧୀନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି । ଚଳିତ ବର୍ଷ ଫେବ୍ରୁଆରି ମାସ ୧୯ ତାରିଖରେ ପିଏମ୍ କିସାନ ଯୋଜନାର ୧୯ତମ କିସ୍ତି ପାଇଥିଲେ ଚାଷୀ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ୯କୋଟି ୮୦ ଲକ୍ଷ ଚାଷୀ ଉପକୃତ ହୋଇ ସାରିଛନ୍ତି । Post navigation ବିଶ୍ୱର ସବୁଠାରୁ ମହଙ୍ଗା ସାଟେଲାଇଟ୍ ‘ନିସାର’ ଉପଗ୍ରହର ହେଲା ସଫଳ ଉତ୍କ୍ଷେପଣ ପାକିସ୍ତାନ ସହ ଅଏଲ ପାର୍ଟନରସିପ୍ ଡିଲ୍ ଘୋଷଣା କଲେ ଟ୍ରମ୍ପ; ଭାରତୀୟ ଅର୍ଥନୀତିକୁ ‘ଡେଡ’ କହିଲେ