ଚଳିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିବା ବେଳେ ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିଛି। ବିଜେପି ଜନଜାତିଙ୍କୁ ପ୍ରାଧାନ୍ୟ ଦେଇ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଚି । ପ୍ରଧାନମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭଲ ପାଆନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ପ୍ରାଧାନ୍ୟ ଦିଅନ୍ତି, ତାଙ୍କ କଥା ମଧ୍ୟ ଗୁରୁତ୍ୱ ଦେଇ ଶୁଣନ୍ତି। ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିବା ବେଳେ ଏସବୁର ଝଲକ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ତାଙ୍କ ସହ ଗାଡ଼କଣ ବସ୍ତି ମଧ୍ୟ ଯାଇଥିଲେ। ସେଠାରେ ଉଭୟ ମିଶି ମୋଦିଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖିରି ଖାଇଥିଲେ। ଜନତା ମଇଦାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋଦିଙ୍କ ପାଖେ ପାଖେ ଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସମୟରେ ବି ପ୍ରଧାନମନ୍ତ୍ରୀ ବହୁ ଆଦର କରିବା ସହ ସ୍ୱାଗତ ସମ୍ବର୍ଦ୍ଧନାରେ କୌଣସି ଅଭାବ ରଖିନାହାନ୍ତି। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏସବୁ ଦିଗକୁ ଧ୍ୟାନ ଦେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବା ରହିଛି ବୋଲି ସହଜେ ଅନୁମେୟ କରିହୁଏ। Post navigation ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ କେନ୍ଦ୍ର ଅଗ୍ରାଧିକାର ନୁହେଁ, ଅବହେଳା କରିଛନ୍ତି: ବିଜେଡି