ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ +୨ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ । ସେଥିରୁ ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାଁ ମେଧା ତାଲିକାରେ ପ୍ରକାଶ ପାଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରୁ ବାଦ୍‌ ପଡ଼ିଲେ ୪୯ ହଜାର ୬୨୧ ଛାତ୍ର ଛାତ୍ରୀ। ବିଜ୍ଞାନରେ ୧,୧୭,୨୭୩, କଳା ୨,୭୧,୪୯୨, ବାଣିଜ୍ୟ ୧,୧୭,୨୭୩ ଜଣ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି।

କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ଶୀର୍ଷରେ । ରେଭେନ୍ସା ବିଜ୍ଞାନ ୯୧.୫୦ ପ୍ରତିଶତ, ବାଣିଜ୍ୟ ୭୭ ପ୍ରତିଶତ, କଳା ୭୫.୧୭ ପ୍ରତିଶତ। ସେହିପରି ବିଜେବି ବିଜ୍ଞାନ ୮୭ ପ୍ରତିଶତ, ବାଣିଜ୍ୟ ୭୦ ପ୍ରତିଶତ , କଳା ୭୨.୩୩ ପ୍ରତିଶତ।

ସୂଚନା ମୁତାବକ, କଳାରେ ୭୧.୧୭ ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ ବିଜେବି ଜୁନିଅର କଲେଜ ଆଗରେ ରହିଛି। ୭୦.୧୭ ପ୍ରତିଶତ କଟ ଅଫ୍‌ ମାର୍କ ସହ ଦ୍ୱିତୀୟରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ୬୮.୫ ପ୍ରତିଶତ ସହ ତୃତୀୟରେ ରହିଛି କେନ୍ଦୁଝର ଜିଲା ସାଇଁକୁଳ ପତିତପାବନ କଲେଜ।

ସେହିପରି ବିଜ୍ଞାନରେ ୯୦ ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଗରେ ରହିଛି। ୮୮.୬୭ ପ୍ରତିଶତ ସହ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ ଥିବା ବେଳେ ୮୭.୬୭ ପ୍ରତିଶତରେ ତୃତୀୟ ସ୍ଥାନରେ ରହିଛି ବ୍ରହ୍ମପୁରର ସରସ୍ବତୀ ବିଦ୍ୟାଳୟ।

ବାଣିଜ୍ୟରେ ୮୦.୬ ପ୍ରତିଶତ ସହ ଗୋପାଳପୁର ଜୁନିଅର କଲେଜ ଆଗରେ ରହିଛି। ୭୬.୧୭ ପ୍ରତିଶତ ସହ ଦ୍ୱିତୀୟରେ ଢେଙ୍କାନାଳ ଇଭିନିଂ ଜୁନିଅର କଲେଜ ଥିବା ବେଳେ ୭୬ ପ୍ରତିଶତ ସହ ରେଭେନ୍‌ଶା କଲେଜ ତୃତୀୟରେ ରହିଛି।

ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ । ଅଗଷ୍ଟ ୫ ତାରିଖ ଅପରାହ୍ନ ୩ଟା ସମୟରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ୭ ତାରିଖରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇବାକୁ ପଡ଼ିବ । ୨୦ ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *