+୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି । ଜୁନ୍ ୪ ତାରିଖ ରାତି ୧୧ଟା ୪୫ ଯାଏଁ ଫର୍ମ ଦାଖଲ ଅବଧି ବଢ଼ାଇଲା ଉଚ୍ଚ ଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ପାଇଁ ଜୁନ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ୍ ଖୋଲା ରହିବ । ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ । ସେହିପରି ସଂଶୋଧନ ଏବଂ ମାର୍କ ଲିଷ୍ଟ ମଧ୍ୟ ଅପଲୋଡ୍ କରିହେବ । ଅବଧି ବଢ଼ାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଥିଲେ । ଦାବିକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମେ ୨୦ ତାରିଖରେ ଆବେଦନର ଶେଷ ତାରିଖ ଥିଲା । ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ଏହାକୁ ଜୁନ୍ ୧ ତାରିଖ ଯାଏ ବୃଦ୍ଧି କରାଯାଇଥିଲା । ତେବେ ଦ୍ୱିତୀୟ ଥର ପାଇଁ ପୁଣି ଥରେ ସମୟ ସୀମାକୁ ବୃଦ୍ଧି କରାଯାଇଛି । Post navigation ପ୍ରକାଶ ପାଇଲା ଜେଇଇ ଆଡ୍ଭାନ୍ସ ରେଜଲ୍ଟ ରାଜ୍ୟରେ ଗୁଳୁଗୁଳି ସହ ବଢ଼ୁଛି ତାପମାତ୍ରା