ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସକାଳେ ଏକ ବିମାନ ଦୁର୍ଘଟଣାରେ ବିମାନରେ ଥିବା ପାଇଲଟଙ୍କ ସମେତ ୧୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଇଲଟ ଜୀବିତଥିବା ସୂଚନା ମିଳିଛି। ପାଇଲଟ ମନୀଷ ରତ୍ନ ଶାକ୍ୟଙ୍କୁ ଜୀବିତ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ତାଙ୍କୁ  କେଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ମୃତଦେହ ଗୁଡ଼ିକୁ ଉଦ୍ଧାର କରି ମହାରାଜଗଞ୍ଜସ୍ଥିତ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଟିଚିଂ ହସ୍ପିଟାଲକୁ ନିଆଯାଇଛି। ସୌର୍ଯ୍ୟ ଏୟାରଲାଇନ୍ସ ଇତିମଧ୍ୟରେ ମୃତ ବିମାନଯାତ୍ରୀଙ୍କ ତାଲିକା ପ୍ରକାଶ କରିଛି।

ଖବର ମୁତାବକ, ଏକ ପ୍ରାଇଭେଟ କମ୍ପାନୀ ସୌର୍ଯ୍ୟର ବିମାନରେ ପାଇଲଟଙ୍କ ସମେତ ୧୯ଜଣ ଯାତ୍ରୀଙ୍କୁ ଧରି ନେପାଳ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୋଖରା ପାଇଁ ଉଡାଣ ଭରୁଥିଲା । ଉଡାଣ ଭରିବା ସମୟରେ ବିମାନଟି ରନୱେରୁ ଖସିଯାଇଥିଲା । ଫଳରେ ସେଥିରେ ନିଆଁ ଲାଗିଯାଇଥିଲା । ତେବେ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଏଥିସହିତ ବିମାନର ପାଇଲଟ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *