ଅହମ୍ମବାଦସ୍ଥିର ସର୍ଦ୍ଦାର ବଲ୍ଲଭ ଭାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତରେ ୪୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ତେବେ ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିବା ବେଳେ ସେଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ରହିଥିବା ସୂଚନା ମିଳିଛି । କିନ୍ତୁ ବିଜୟ ରୂପାନୀଙ୍କ ଅବସ୍ଥା ନେଇ କୌଣସି ସ୍ପଷ୍ଟ ହୋଇପାରି ନାହିଁ ।

ବିମାନରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ ଏବଂ ଜଣେ କାନାଡିଆନ ଯାତ୍ରୀ ଥିବା ଜଣାପଡିଛି ।

ଅନ୍ୟପଟେ  BJ ମେଡିକାଲ କଲେଜର ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ପଡ଼ିବା ଯୋଗୁଁ ବହୁ MBBS ଛାତ୍ର ପ୍ରାଣ ହରାଇଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ; ଆଜି ଅପରାହ୍ନ ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ପାଖରେ ବିମାନ ଦୁର୍ଘଟଣା ଘଟିଛି । ବିମାନଟି ଲଣ୍ଡନ ଯିବାକୁ ଟେକ୍‌ ଅଫ୍‌ କରିଥିଲା । ଦୁର୍ଘଟଣାଗ୍ରସ୍ତ ବିମାନରେ ନିଆଁ ଲାଗି ଯାଇଛି । ବଡ଼ ଧରଣର ଦୁର୍ଘଟଣା, ଆକାଶରେ କଳା ଧୂଆଁର ଆସ୍ତରଣ । ଉଦ୍ଧାର ପାଇଁ ପହଞ୍ଚିଲା ଏକାଧିକ ଆମ୍ବୁଲାନ୍ସ ଓ ଉଦ୍ଧାରକାର ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

 

Leave a Reply

Your email address will not be published. Required fields are marked *