ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ହେବ ପର୍ଦ୍ଦାଫାସ । ଏ ନେଇ ଆଜି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ସେ କହିଛନ୍ତି ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏ ନେଇ ଦିନେ କିମ୍ବା ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ ହେବ।  ବ୍ରହ୍ମପୁର ଏସ୍‌ପି ଏନେଇ ସାମ୍ବାଦିକ ସମ୍ମିଳନୀ ଡାକିବେ ।

ସୂଚନା ଯୋଗ୍ୟ; ଚଳିତ ମାସ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ମାତ୍ର କେତେ ମିଟର୍ ଦୂରରେ ଗୁଳି କରି ହତ୍ୟା କରାଯାଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ପଏଣ୍ଟ ବ୍ଲାଙ୍କରୁ ଛାତିକୁ ଗୁଳି କରିଥିଲେ । ଫଳରେ ପୀତବାସଙ୍କର ମୃତ୍ୟୁ ହୋଇଥିଲା । ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ହତ୍ୟାକାଣ୍ଡ ଘଟଣାକୁ ଦୀର୍ଘ ୧୬ ଦିନ ବିତିଗଲାଣି ।

ଏହି ମାମଲାରେ ରାଜ୍ୟ ବାହାରକୁ ଟିମ୍ ଯାଇଥିବାବେଳେ ସହରଠୁ ନେଇ ରାଜପଥ ଉପରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଛି । ତଥାପି ପୋଲିସ ଶେଷ ନିଷ୍ପତ୍ତିରେ ପହଁଚି ପାରୁନାହିଁ । କିନ୍ତୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବ ବୋଲି ଦକ୍ଷିଣାଞ୍ଚଳ ଆଇଜିଙ୍କ ପ୍ରତିକ୍ରିୟା ପରେ ତଦନ୍ତ ଶେଷ ଅନ୍ତିମ ପର୍ଯ୍ୟାୟରେ ପହଁଚିଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *