ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୧୮ ଜିଲ୍ଲାରେ ୧୨୧ ଆସନରେ ଭୋଟ ଦେବେ ଜନତା । ୪୫ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ଦେଇ ୧,୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୭୫ ଲକ୍ଷ ଭୋଟର । ସେମାନଙ୍କ ମଧ୍ୟରେ ୧ କୋଟି ୯୮ ଲକ୍ଷ ପୁରୁଷ ଓ ୧ କୋଟି ୭୬ ଲକ୍ଷ ମହିଳା ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏନ୍ଡିଏର ୧୨୧ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ଯେବେ କି ମହାମେଣ୍ଟର ୧୨୬ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ । ତାରାପୁର ଆସନରୁ ନିର୍ବାଚନ ଲଢୁଛନ୍ତି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ରାଘୋପୁରରୁ ନିର୍ବାଚନ ଲଢୁଛନ୍ତି ତେଜସ୍ୱୀ ଯାଦବ । NDA ଓ ମହାଗଠବନ୍ଧନ ମଧ୍ୟରେ ହେଉଛି ମହାଟକ୍କର । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ବିହାର ଜନତା କାହା ହାତରେ ଶାସନ ଡୋରି ଦେବେ ତାହା ଉପରେ ସାରା ଦେଶର ନଜର ରହିଛି । କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଆରମ୍ଭ ହୋଇଛି । ନିର୍ବାଚନ ପାଇଁ ୫୦୦ରୁ ଅଧିକ କମ୍ପାନୀ CAPF ଫୋର୍ସ ମୁତୟନ ହୋଇଛନ୍ତି । Post navigation Women’s World Cup Champions: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱବିଜୟୀ ମହିଳା କ୍ରିକେଟ ଟିମ୍ Congress Manifesto: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ