People’s resentment rings danger bells to aap

ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ଐତିହାସିକ ବିଜୟ ଲାଭ ପାଇଁ ବିଜେପି କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ଗତ ୨୭ ବର୍ଷ ହେବ ଦିଲ୍ଲୀ ଅବହେଳିତ ଅବସ୍ଥାରେ ଥିଲା, ସେଠାରେ ବିକାଶ ନିମ୍ନଗାମୀ ହୋଇଯାଇଥିଲା । ଗତ ୧୨ ବର୍ଷ ହେବ ଆପ୍ ସରକାର ବିଭିନ୍ନ ଦୁର୍ନୀତିରେ ବୁଡ଼ି ରହିଥିଲା । ଏନେଇ ଦିଲ୍ଲୀବାସୀଙ୍କ ମନରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା । ତାହାର ବିସ୍ଫୋରଣ ନିର୍ବାଚନରେ ହୋଇଛି । ଶେଷରେ ଆଜି ସରକାର ପରିବର୍ତନ ହୋଇଛି । ବିଜେପିର ଏହି ବିଜୟ ସମସ୍ତଙ୍କୁ ଉତ୍ସାହ ଦେବା ସହ ପ୍ରେରଣା ଯୋଗାଇଛି ବୋଲି ସାମଲ କହିଛନ୍ତି ।

ଦିଲ୍ଲୀକୁ ରାଜ୍ୟ ପାହ୍ୟା ଦେବା ପାଇଁ ଭାରତୀୟ ଜନତା ପାର୍ଟି ଏକ ଲମ୍ବା ସଂଘର୍ଷ କରି ସଫଳ ହୋଇଥିଲା । ଦିଲ୍ଲୀ ରାଜ୍ୟ ପାହ୍ୟା ପାଇବା ପରେ ବିଜେପି ପ୍ରଥମେ ସରକାର ଗଢ଼ିଥିଲା । ଆଗାମୀ ୫ ବର୍ଷ ଭିତରେ ଦିଲ୍ଲୀକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ନୂତନ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଦେଶର ଯେଉଁ ସବୁ ରାଜ୍ୟରେ ଭାରତୀୟ ଜନତାପାର୍ଟିର ସରକାର ଅଛି, ସେଠାରେ ଯେଉଁଭଳି ଭାବେ ବିକାଶର ଧାରା ଆଗେଇ ଚାଲିଛି ସେଭଳି ଭାବେ ଦିଲ୍ଲୀ ମଧ୍ୟ ଆଗେଇବ । ଏହି ଐତିହାସିକ ବିଜୟ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ର୍ରୀୟ ଉପାଧ୍ୟକ୍ଷ ତଥା ନୂଆ ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ସମେତ ସମସ୍ତ କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ସାମଲ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *