ଗୃହ ଏବଂ ସହରାଞ୍ଚଳ ଗରିବ ଲାଘବ ମନ୍ତ୍ରଣାଳୟ ଦ୍ଵାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି ପିଏମ୍ ଆବାସ ଯୋଜନା ରାଶି ଅନୁଦାନ ୧ ଲକ୍ଷ ୨୦ ହଜାରରୁ ବଢ଼ି ୧ ଲକ୍ଷ ୮୦ ହଜାର ହେବ । ଖୁବଶୀଘ୍ର ଏଥିପାଇଁ ସମ୍ପୂର୍ଣ୍ଣ ଗାଇଡଲାଇନ ଆସିବ । ପାଣି, ଶୌଚାଳୟ, ବିଜୁଳି, ସବୁ ଆବାସକୁ ଯୋଗାଇ ଦିଆଯିବ। ସେହିପରି ଶୌଚାଳୟ ନିର୍ମାଣ ଅନୁଦାନ ବି ବୃଦ୍ଧି କରାଯିବ। ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା ବର୍ତ୍ତମାନ ତାକୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କଲେ ଅନ୍ତ୍ୟୋଦୟ ଯୋଜନା ମିଳିବ। ବିଭିନ୍ନ କାରଣରୁ ଘର ପୋଡ଼ିଯିବା ଲୋକଙ୍କୁ ବି ଅନ୍ତ୍ୟୋଦୟ ଗୃହ ମିଳିବ। ପୂର୍ବରୁ ଏହିସବୁ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ କୌଣସି ଯୋଜନା ନଥିଲା। ଭାଜପା ସରକାର ନୂଆ ଯୋଜନା ଆଣିଛନ୍ତି, ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ । ସେ ଆଉ ମଧ୍ୟ କହିଛନ୍ତି ଆହୁରି କହିଛନ୍ତି, ପୂର୍ବ ସରକାର ମୋ ଘର ଯୋଜନା କେବଳ ନିର୍ବାଚନ ପାଇଁ ଲାଗୁ କରିଥିଲେ। ଏହି ଯୋଜନାରେ କୌଣସି ଲୋକ ଉପକୃତ ହୋଇ ନାହାନ୍ତି। ଯୋଜନାର କୌଣସି ନିର୍ଦ୍ଦିଷ୍ଟ ଗାଇଡ ଲାଇନ ନାହିଁ। Post navigation ଆଖି ବୁଜିଲା ଚନ୍ଦକା ଅଭୟାରଣ୍ୟର ସବୁଠୁ ବଡ଼ ଦନ୍ତା ‘ରାମୁ’ ଜାମୁ କାଶ୍ମୀରରେ ଆତଙ୍କବାଦୀଙ୍କ ହମଲା; ଜଣେ ଯବାନ ସହିଦ