PCC forms committee to probe Sundargarh minor rape incident
ସୁନ୍ଦରଗଡ଼ ଜିଲ୍ଲାର ତଲସରା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଓ ୧୪ ଦିନ ପର୍ଯ୍ୟନ୍ତ ଏକ ଭଡ଼ା ଘରେ ରଖି ଦୁଷ୍କର୍ମ କରିବା ଘଟଣାର ତଥ୍ୟ ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି ।
 
ଏହି କମିଟିରେ ବିଧାୟକ ତଥା ପିିସିସି ଉପସଭାପତି ସି.ଏସ ରାଜନ ଏକା ଅଧ୍ୟକ୍ଷ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଂଯୋଜକ ନିର୍ମଳ ନାଏକ ଆବାହକ ଭାବରେ ରହିଛନ୍ତି । ସେହିପରି କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଅମିତା ବିଶ୍ୱାଳ, ଭୁଲକି ସେଠ, ଗେରୋଟି ସେସ୍‌, କଳ୍ପନା ଆପଟ, ବିନିତା ନାୟକ, ସୁଧାଂଶୁ ପଶାୟତ, ଦିଲ୍ଲୀପ କୁମୁରା, ଦେବେନ୍ଦ୍ର ଭିତିରିଆ ଓ ଇକବାଲ ମଲ୍ଲିକ ସଭ୍ୟ ଭାବରେ ରହିଛନ୍ତି ।
 
ଉକ୍ତ କମିଟି ଆଜି ଘଟଣା ସ୍ଥଳକୁ ଗସ୍ତକରି ପୀଡ଼ିତାଙ୍କ ପରିବାରଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଖୁବଶୀଘ୍ର କମିଟି ଦାଖଲ କରିବ ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଆଜି ଗସ୍ତରେ ଯାଇଥିବା ନେତୃବୃନ୍ଦ ସର୍ବଶ୍ରୀ ସି.ଏସ ରାଜନ ଏକା, ନିର୍ମଳ ନାୟକ, ଅମିତା ବିଶ୍ୱାଳ, କଳ୍ପନା ଆପଟ, ଗେରୋଟି ସେସ୍‌, ଭୁଲକି ସେଠ, ବିନିତା ନାୟକ, ଦେବେନ୍ଦ୍ର ଭିତିରିଆ, ବାଲମତି କିଶାନ, ଦିଲ୍ଲୀପ କୁମୁରା ଏବଂ ସୁଧାଂଶୁ ପଶାୟତ ରହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *