Payal Nag wins gold in Para Archery World Series
ପାରା ଆର୍ଚେରୀ ୱାର୍ଲ୍ଡ ସିରିଜରେ ଓଡ଼ିଶାର ପାୟଲ ନାଗ ଆଜି ଇତିହାସ ରଚିଛନ୍ତି । ସେ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଶୀତଲ ଦେବୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପାୟଲଙ୍କ ଏହି ସଫଳତା ସହ ଭାରତ ପଦକ ତାଲିକାର ଶୀର୍ଷରେ ରହି ନୂତନ କୀର୍ତ୍ତିମାନ ସ୍ଥାପନ କରିଛି ।
 
ଶୁକ୍ରବାର ଦିନ ଅନୁଷ୍ଠିତ କମ୍ପାଉଣ୍ଡ ଓପନ୍ ଟିମ୍ ଇଭେଣ୍ଟରେ ଭାରତୀୟ ତୀରନ୍ଦାଜମାନେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲେ । ଓଡ଼ିଶାର ଉଦୀୟମାନ ତୀରନ୍ଦାଜ ପାୟଲ ନାଗ ଏବଂ ବିଶ୍ୱ ପ୍ରସିଦ୍ଧ ଶୀତଲ ଦେବୀଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିଲେ ।
 
୧୮ ବର୍ଷୀୟା ପାୟଲ ନାଗ ବଲାଙ୍ଗୀର ଜିଲ୍ଲାର ଜଣେ ପ୍ରବାସୀ ଶ୍ରମିକଙ୍କ ଝିଅ । ୨୦୧୫ ମସିହାରେ ଏକ ଇଟା ଭାଟିରେ ବିଦ୍ୟୁତ ଆଘାତର ଶିକାର ହୋଇ ନିଜର ଦୁଇ ହାତ ଓ ଦୁଇ ଗୋଡ଼ ହରାଇଥିଲେ । ଶୀତଲ ଦେବୀଙ୍କ କୋଚ୍ କୁଲଦୀପ ବେଦୱାନଙ୍କ ନଜର ପାୟଲଙ୍କ ଉପରେ ପଡ଼ିବା ପରେ ସେ କାଟ୍ରାରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ।
 
ଭାରତ ଏହି ପ୍ରତିଯୋଗିତାରେ ସମୁଦାୟ ୧୬ଟି ପଦକ (୭ ସ୍ୱର୍ଣ୍ଣ, ୫ ରୌପ୍ୟ, ୪ ବ୍ରୋଞ୍ଜ) ଜିତି ଶୀର୍ଷ ସ୍ଥାନ ଅଧିକାର କରିଛି ।

By Nirvay

Leave a Reply

Your email address will not be published. Required fields are marked *