ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହୀ ଡଙ୍ଗା। ମଏଁଷା ନିକଟରେ ଡଙ୍ଗା ଅଟକି ରହିଛି। ଅଧଘଣ୍ଟାରୁ ଅଧିକ ସମୟ ହେବ ୪୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି। ଯାତ୍ରୀଙ୍କ ସହ ବାଇକ ମଧ୍ୟ ଫସି ରହିଥିବା ସୂଚନା ମିଳିଛି। ସାତପଡ଼ାରୁ ଜହ୍ନିକୁଦାକୁ ଆସିବା ବେଳେ ଡଙ୍ଗା ଅଟକିଛି। ତୁରନ୍ତ ଉଦ୍ଧାର ପାଇଁ ଯାତ୍ରୀମାନେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *